fbpx

ମୁଲାୟମ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର: ମେଦାନ୍ତା ହସ୍ପିଟାଲର ଆଇସିୟୁରେ ହେଉଛନ୍ତି ଚିକିତ୍ସିତ

ସମାଜବାଦୀ ପାର୍ଟୀର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବଙ୍କ ସ୍ଥିତି ଗମ୍ଭୀର ରହିଛି । ଶ୍ୱାସକ୍ରିୟାରେ ଅସୁବିଧା କାରଣରୁ ତାଙ୍କୁ ଗୁରୁଗ୍ରାମରେ ମେଦାନ୍ତା ହସ୍ପିଟାଲର ଆଇସିୟୁ-୫ ରେ ସିଫ୍ଟ କରାଯାଇଛି । ତାଙ୍କୁ ଭେଟିଲେଣ୍ଟରରେ ରଖାଯାଇଛି । ସମାଜବାଦୀ ପାର୍ଟୀର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଅନେକ ଦିନରୁ ଏଠାରେ ଚିକିତ୍ସିତ ହେଉଛନ୍ତି ।

ସେପଟେ ବାପାଙ୍କ ଗମ୍ଭୀର ଅବସ୍ଥା ବିଷୟରେ ସୂଚନା ପାଇବା ପରେ ଉତ୍ତରପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାବଦ ଏବଂ ମୁଲାୟମ ସିଂହ ଯାଦବଙ୍କ ବୋହୂ ଡିମ୍ପଲ ଯାଦବ ମେଦାନ୍ତା ହସ୍ପିଟାଲରେ ପହଞ୍ଚିଛନ୍ତି । କୁହାଯାଉଛି ଯେ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଅନେକ ଦିନରୁ ଖରାପ ରହିଛି । ପ୍ରାୟ ତିନି ମାସରୁ ସେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ରବିବାର ହଠାତ୍ ତାଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହୋଉଥିଲା ।

ଡାକ୍ତର ତାଙ୍କର ଗମ୍ଭୀର ଅବସ୍ଥା ଦେଖି ତୁରନ୍ତ ଆଇସିୟୁ-୫ ରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କ ଅନୂଯାୟୀ, ସିଂହଙ୍କ ବ୍ଲଡ୍ ପ୍ରେସର ଏବଂ ଅକ୍ସିଜେନ୍ ପ୍ରଥମରୁ କମ୍ ହୋଇଯାଇଛି ।

Get real time updates directly on you device, subscribe now.