fbpx
BJD
BJD SKY
BJD SKY

ପାର୍ସଲ ସ୍କାମରେ ଫଶିଗଲେ ବ୍ୟକ୍ତି, ହରାଇଲେ ୩.୫ଲକ୍ଷ ଟଙ୍କା, ଆପଣ ବି କରନ୍ତୁନି ଏହି ଭୁଲ୍‌

ନୂଆଦିଲ୍ଲୀ: ସାଇବର ଠକେଇର ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ଠକେଇରେ ବୟସ୍କ ଲୋକମାନେ ଶିକାର ହେଉଛନ୍ତି । ସାଇବର ଠକେଇର ଏହି ନୂଆ କେସ୍ ହେଉଛି ପାର୍ସଲ ସ୍କାମ ଯାହାର ଶିକାର ହୋଇଛନ୍ତି ଜଣେ ବୟସ୍କ ବ୍ୟକ୍ତି । ବୟସ୍କ ବ୍ୟକ୍ତିଙ୍କୁ କଲ୍ କରି ନିଜକୁ ଜଣେ କଷ୍ଟମ ଅଫିସର କହିବା ସହ ଆପଣଙ୍କ ନାମରେ ମୋତେ ଏକ ପାର୍ସଲ ମିଳିଛି ବୋଲି କହି ତାଙ୍କ ଠାରୁ ପ୍ରାୟ ୩.୫ଲକ୍ଷ ଟଙ୍କା ଠକି ନେଇଛନ୍ତି ।

ପୀଡିତଙ୍କ ନାମ ବୀରେନ୍ଦର ଶ୍ରଫ ଯିଏକି ମେସିନ୍ ଟୁଲ୍ ଓ ପାର୍ଟସ୍ ନିର୍ମାଣ କରନ୍ତି । ତାଙ୍କ ପାଖକୁ ଜଣେ ବ୍ୟକ୍ତିଙ୍କ କଲ୍ ଆସିଲା ଯିଏ କି ଲକ୍ଷ୍ନୌର ଜଣେ କଷ୍ଟମ ବିଭାଗ ଅଫିସର ବୋଲି କହିଥିଲେ । ଏହାପରେ ସେହି ଠକ ଜଣକ କହିଥିଲେ କି ତାଙ୍କ ପାଖରେ ୪ କିଲୋର ଏକ ପାର୍ସଲ ଆସିଛି ଯାହା ପୀଡିତଙ୍କ ନାମରେ ରହିଛି । ଏଥିରେ କିଛି କପଡା, ଲାପଟପ୍ ଓ ୧୫୦ ଗ୍ରାମର ଡ୍ରଗ ଥିଲା ।

ଏହି ପାର୍ସଲକୁ ମିଆଁମାର ସ୍ଥିତ ଜନ୍ ଡେଭିଡ୍‌ଙ୍କ ନିକଟକୁ ପଠାଯାଉଥିଲା । ଏହାପରେ ପୀଡିତଙ୍କୁ ଯାଞ୍ଚ ପାଇଁ ଲକ୍ଷ୍ନୌ ଆସିବାକୁ କୁହାଯାଇଥିଲା । ଏହାର କିଛି ସମୟ ପରେ ଅନ୍ୟ ଏକ କଲ୍ ଆସିଲା ଓ ତାଙ୍କୁ ଲକ୍ଷ୍ନୌସ୍ଥିତ ଗୋମତୀ ନଗର ପୋଲିସ୍ ଷ୍ଟେସନରୁ ଏହି କଲ୍ ଆସିଥିଲା । ଏହାପରେ ନକଲି ପୋଲିସ ପୀଡିତଙ୍କ ବିରୁଦ୍ଧରେ ଅଭିଯୋଗ ବିଷୟରେ କହିଥିଲେ ଓ ଭିଡିଓ କଲ୍‌ରେ ଷ୍ଟେଟମେଣ୍ଟ ରେକର୍ଡ କରିନେଇଥିଲେ । ଏହି ସମୟରେ ପୀଡିତ ସମସ୍ତ ପର୍ସନାଲ ଡିଟେଲ ସେୟାର କରିଦେଇଥିଲେ । ଏହାପରେ ନକଲି ଅଫିସର ପୀଡିତଙ୍କୁ କହିଥିଲେ କି ଆପଣ ଏକ ୩୮ କୋଟି ଟଙ୍କାର ହାୱାଲା କେସ୍‌ରେ ଜଡିତ ଥିଲେ ଓ ଏହା ଜରିଆରେ ଆପଣଙ୍କୁ ୩.୮କୋଟି ଟଙ୍କା ମିଳିଥାନ୍ତା । ଏହାପରେ ପୀଡିତ କିଛି ବୁଝିପାରି ନ ଥିଲେ । ନକଲି ଅଫିସର ଏଥିରୁ ମୁକ୍ତି ପାଇବା ପାଇଁ ତାଙ୍କୁ ୩.୫କୋଟି ଟଙ୍କା ମାଗିଥିଲେ । ପୀଡିତ ତୁରନ୍ତ ଏହା ଟ୍ରାନ୍ସଫର କରିଦେଇଥିଲେ । ପରେ ଏହି ଘଟଣା ବିଷୟରେ ସେ ନିଜ ପରିବାର ସଦସ୍ୟଙ୍କୁ କହିଥିଲେ ଓ ସେମାନେ ଏହା ଏକ ସାଇବର ଫ୍ରଡ୍ ମାମଲା ବୋଲି କହିବା ପରେ ପୀଡିତ ପୋଲିସରେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.