fbpx

ନବଜାତ ଶିଶୁକୁ ନାଳରୁ ଉଦ୍ଧାର କଲା ମୁମ୍ବାଇ ପୋଲିସ, ସତର୍କ କରାଇଥିଲେ ବିଲେଇ

ନବଜାତ ଶିଶୁକୁ ନାଳରୁ ଉଦ୍ଧାର କଲା ମୁମ୍ବାଇ ପୋଲିସ, ନାଳରେ ପଡ଼ିଥିବା ନେଇ ସତର୍କ କରାଇଥିଲେ ବିଲେଇମୁମ୍ବାଇ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଏପରି କିଛି ଘଟଣା ଦେଖିବାକୁ ମଳିଛି ମାୟାନଗରୀ ମୁମ୍ବାଇରେ । ଯେଉଁଠାରେ ନାଳରେ ପଡ଼ିଥିବା ଜଣେ ୧୨ ବର୍ଷର ନବଜାତ ଶିଶୁକୁ ଉଦ୍ଧାର କରିଛି ମୁମ୍ବାଇ ପୋଲିସ ।

ସୂଚନା ଅନୁଯାୟୀ, ମୁମ୍ବାଇ ପନ୍ତନଗରର ଏକ ନାଳ ନିକଟରେ ଏକ ନବଜାତ ଶିଶୁ କପଡ଼ାରେ ଗୁଡ଼ାଇ ହୋଇପଡ଼ିଥିବାର କିଛି ସ୍ଥାନୀୟ ଲୋକ ଦେଖିଥିଲେ ଏବଂ ଏହା ପରେ ପୋଲିସକୁ ଖବର ଦେଇଥିଲେ, ଯାହା ପରେ ପୋଲିସ ଆସି ତାଙ୍କୁ ଉଦ୍ଧାର କରିଥିଲା । ସବୁଠାରୁ ବଡ଼ କଥା ହେଉଛି ନବଜାତଟି ନାଳରେ ପଡ଼ିଥିବା ସ୍ଥାନରେ ଅନେକ ବିଲେଇ ସେଠାକୁ ଆସି ବୋବାଇବାରେ ଲାଗିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସତର୍କ କରାଇଥିଲେ । ଯାହାପରେ ସ୍ଥାନୀୟ ଲୋକ ସେଠାକୁ ଯାଇ ନବଜାତ ଶିଶୁ ପଡ଼ିଥିବାର ଦେଖିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ମୁମ୍ବାଇ ପୋଲିସର ନିର୍ଭୟା ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନବଜାତକୁ ଉଦ୍ଧାର କରିବା ସହ ହସ୍ପିଟାଲକୁ ପଠାଇଥିଲେ ।

Get real time updates directly on you device, subscribe now.