fbpx

ବିମାନ ବନ୍ଦରରେ ଅଜବ ମାମଲା, ବ୍ୟାଗ୍ ରେ ବମ୍ ଅଛି କହି ଚିଲାଇବାରୁ ଯିବାକୁ ପଡିଲା ଜେଲ୍

Advertisement

ମୁମ୍ବାଇ:ମୁମ୍ବାଇ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ଏକ ଅଜବ ମାମଲା ସାମନାକୁ ଆସିଛି । ଏଠାରୁ ମୁମ୍ବାଇରୁ କଲିକତା ଯାଉଥିବା ଜଣେ ମହିଳା ବେଶ୍ ହଙ୍ଗାମା ସୃଷ୍ଟି କରିଥିଲେ । ତାଙ୍କ ଲଗେଜ୍ ୧୫ କିଲୋରୁ ଅଧିକ ଥିଲା କିନ୍ତୁ ସେ ଅଧିକ ପଇସା ନ ଦେବା ଲାଗି ଅଡି ବସିଥିଲେ । ଏହାପରେ ସେ ଚିଲାଇଥିଲେ ଯେ, ତାଙ୍କ ବ୍ୟାଗ୍ରେ ବମ୍ ରହିଛି । ଏହି ଘଟଣା ପରେ ତାଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇ ଦେଇଛି ।

ସହାର ପୋଲିସ ମୁମ୍ବାଇ ବିମାନ ବନ୍ଦରରେ ଜଣେ ମହିଳାଙ୍କୁ ଗିରଫ କରିଛି । ପୋଲିସର କହିବା ଅନୁସାରେ ସୁରକ୍ଷା କର୍ମଚାରୀ ସଂପୃକ୍ତ ମହିଳାଙ୍କୁ ତାଙ୍କ ଅତିରିକ୍ତ ଲଗେଜ୍ ଲାଗି ପଇସା ଦେବାକୁ କହିବାରୁ ମହିଳା ଜଣକ ନାରାଜ ହୋଇ ଯାଇଥିଲେ । ସେ କର୍ମଚାରୀଙ୍କୁ କହିଥିଲେ ଯେ, ବ୍ୟାଗ୍ରେ ବମ୍ ନେଇ ଯାଉଛନ୍ତି । ତେବେ ସେ ଏହା ରାଗି ଯାଇ ସିନା କହିଥିଲେ କିନ୍ତୁ ତାଙ୍କ ମୁହଁରୁ ବମ୍ କଥା ଶୁଣି ସୁରକ୍ଷା କର୍ମଚାରୀମାନେ ତାଙ୍କ ବ୍ୟାଗ୍ ଯାଞ୍ଚ କରିଥିଲେ ଓ ସ୍ଥାନୀୟ ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମହିଳାଙ୍କୁ କାବୁ କରି ଥାନାକୁ ନେଇଥିଲା ଓ ତାଙ୍କୁ ବମ୍ ବିଷୟରେ ପଚରାଉଚୁରା କରିଥିଲା । କିନ୍ତୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ପୋଲିସ ତାଙ୍କୁ ଗିରଫ କରିଥିଲା । ମହିଳାଙ୍କ ବିରୁଦ୍ଧରେ ପୋଲିସ ଆଇପିସି ଧାରା ୩୩୬ ଓ ୫୦୫(୨) ଜରିଆରେ ମାମଲା ଦାୟର କରି ସ୍ଥାନୀୟ କୋର୍ଟରେ ହାଜର କରାଇଛି । ତେବେ ସେଠାରୁ ତାଙ୍କୁ ଜମାନତ ମିଳିଯାଇଥିବା ଜଣାଯାଇଛି । ମହିଳା ଜଣକ ମୁମ୍ବାଇରୁ କୋଲକାତା ଯାଉଥିବା ଫ୍ଲାଇଟ୍ରେ ଚଢିବାକୁ ବିମାନ ବନ୍ଦର ଆସିଥିଲେ ।

୪୦ ବର୍ଷୀୟା ଏହି ମହିଳା ଜଣକ ନିଜ ପତି ଓ ଦୁଇ ସନ୍ତାନ ସହ ଦକ୍ଷିଣ ମୁମ୍ବାଇରେ ରହନ୍ତି । ତାଙ୍କ ସ୍ୱାମୀ ଜଣେ ବ୍ୟବସାୟୀ । ୨୯ ମେ’ରେ ସେ ନିଜ ମା’ଙ୍କୁ ଭେଟିବା ଲାଗି କୋଲକାତା ଯିବାର ଥିଲା । ସେ ସମସ୍ତ ଲଗେଜ୍ ଧରି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ । ତାଙ୍କର ଲଗେଜ୍ ବ୍ୟାଗ୍ ୨୨ କିଲୋରୁ ଅଧିକ ଓଜନ ଥିଲା । ତେବେ ଏୟାରଲାଇନ୍ ନିୟମ ଅନୁସାରେ ସର୍ବାଧିକ ୧୫ କିଲୋ ଓଜନର ବ୍ୟାଗ୍ କୁ ନିଜ ସାଥିରେ ନେଇ ଯିବାର ଅନୁମତି ମିଳିଥାଏ । କିନ୍ତୁ ମହିଳାଙ୍କ ବ୍ୟାଗ୍ ର ଓଜନ ଧାର୍ଯ୍ୟ ସୀମା ଠାରୁ ଅଧିକ ହୋଇଥିବାରୁ ତାଙ୍କୁ ଅଧିକ ପଇସା ଦେବାକୁ କୁହାଯିବା ପରେ ଏପରି ଘଟଣା ଘଟିଥିଲା ।

Get real time updates directly on you device, subscribe now.