Breaking: ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ସାଂସଦ ମୁନା ଖାନ୍‌, କହିଲେ ଯାହାର ଯିବାର ଅଛି ବିଜେପିକୁ ପଳାନ୍ତୁ

ସସ୍ମିତ କାହିଁକି ଟ୍ବିଟ୍‌ କରି ବିବେକାନୁମୋଦିତ ଭୋଟ ପାଇଁ କହିଲେ ଜାଣିନି କହିଲେ ମୁନା ଖାନ୍ ।

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ସାସଂଦ ମୁନା ଖାନ୍ । ଏୟାରପୋର୍ଟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସସ୍ମିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି । କେଉଁ ପରିସ୍ଥିତିରେ ସସ୍ମିତ ଓ୍ବକଫ ବିଲ୍ ସପକ୍ଷରେ ଭୋଟଟ ଦେଇଛନ୍ତି ଉତ୍ତର ଦିଅନ୍ତୁ ବୋଲି ସେ କହିଛନ୍ତି ।

ଗଣମାଧ୍ୟମ ଆଗରେ ଆଜି ପ୍ରତିକ୍ରିୟା ଦେଇ ସସ୍ମିତ ପାତ୍ରଙ୍କୁ ଟାର୍ଗେଟ ଦେଇ କହିଛନ୍ତି, ଦଳରେ ଦୋମୁହାଁ ନୀତି ଚଳିବ ନାହିଁ  । ଯାହାର ଯିବାର ଅଛି ବିଜେପିକୁ ପଳାନ୍ତୁ, ଦୋମୁହାଁ ନୀତି ଚଳିବନି ।

ମୁଁ ସିଧା ଯାଇ ଦଳର ସଭାପତି ନବୀନ ବାବୁଙ୍କୁ ସବୁ ଜଣାଇବି । ସଂସଦୀୟ ବୋର୍ଡ ବୈଠକରେ ବିଲ୍‌କୁ ବିରୋଧ ନିଷ୍ପତ୍ତି ହୋଇଥିଲା ।

ବିଲ୍‌ ବିରୋଧରେ ଭୋଟ୍‌ ପାଇଁ ନବୀନ ବାବୁ ସ୍ପଷ୍ଟ ଭାବେ କହିଥିଲେ । ସସ୍ମିତ କାହିଁକି ଟ୍ବିଟ୍‌ କରି ବିବେକାନୁମୋଦିତ ଭୋଟ ପାଇଁ କହିଲେ ଜାଣିନି ବୋଲି ମୁନା କହିଛନ୍ତି । ମୁଁ ସସ୍ମିତ ପାତ୍ରଙ୍କୁ ଫୋନ କରିଥିଲି କିନ୍ତୁ ସେ ଉଠାଇ ନଥିଲେ । କିଏ ତାଙ୍କୁ ବିଲ୍ ସପକ୍ଷରେ ଭୋଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସେ ବିଦେଶ ଗସ୍ତରୁ ଫେରିବା ପରେ ସ୍ପଷ୍ଟ ଭାବେ କହିପାରିବେ ବୋଲି ସେ କହିଛନ୍ତି ।

ତେବେ ଏହି ଘଟଣା ପରେ ନବୀନ ପଟ୍ଟନାୟକ ଚୁପ ରହିଥିବା ବେଳେ ଆଜି ତାଙ୍କୁ ଭେଟିବା ପାଇଁ ମୁନା ଖାନ୍ ଯାଇଛନ୍ତି ।