fbpx

ପୌର ନିର୍ବାଚନ ପାଇଁ ଫିଟିଲା ବାଟ: ଚୂଡ଼ାନ୍ତ ସିଟ୍ ସଂରକ୍ଷଣ ପାଇଁ ପ୍ରକାଶ ପାଇଲା ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ସିଟ୍ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ତାଲିକା ପ୍ରକାଶ ପାଇଛି । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କୁ ଦିଆଗଲା ତାଲିକା । ଭୁବନେଶ୍ୱର ଓ ବ୍ରହ୍ମପୁର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଅନ୍ୟପଟେ କଟକ ମେୟର ଆସନ ଅଣ-ସଂରକ୍ଷିତ ରହିଛି ।

ଏହା ସହ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପାଇଁ ଚୂଡ଼ାନ୍ତ ୱାର୍ଡ ସୀମା ନିର୍ଦ୍ଧାରଣ ହୋଇଛି । ସୀମା ନିର୍ଦ୍ଧାରଣ ସହ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ବ୍ରହ୍ମପୁରର ମୋଟ ୪୨ଟି ୱାର୍ଡରୁ ୩୨ଟି ୱାର୍ଡ ସଂରକ୍ଷିତ । ସେହିପରି କଟକରେ ୫୯ଟି ୱାର୍ଡରୁ ୩୩ଟି ୱାର୍ଡ ସଂରକ୍ଷିତ । ଏହା ସହିତ ଭୁବନେଶ୍ୱରର ୬୭ଟି ୱାର୍ଡରୁ ୩୮ଟି ସଂରକ୍ଷିତ ନେଇ ତାଲିକା ପ୍ରକାଶ ପାଇଛି ।

ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ସବୁ ମ୍ୟୁନିସିପାଲ କମିସନର ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ । ୨୦୧୧ ଜନଗଣନା ଅନୁଯାୟୀ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ହୋଇଛି । ୫ ମହାନଗର ନିଗମ ଓ ୧୦୭ ପୌରାଞ୍ଚଳରେ ସୀମା ପୁନଃ ନିର୍ଦ୍ଧାରଣ ହୋଇଛି । ଅଣସୂଚିତ ଅଞ୍ଚଳରେ ରହିବନି ଓବିସି ସଂରକ୍ଷଣ ।

Get real time updates directly on you device, subscribe now.