fbpx

ରାଜଧାନୀରେ ଯୁବକଙ୍କୁ ପିଟିପିଟି ହତ୍ୟା

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ୱର ସ୍ଥିତ ଡମଣା ଭୋଇସାହି ଅଞ୍ଚଳରେ ପିଟିପିଟି ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ରାଜମିସ୍ତ୍ରୀ ବୋଲି ଜଣାପଡ଼ିଛି । ହତ୍ୟା କରିଥିବା ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ପୋଲିସ ।କିନ୍ତୁ ଏପର୍ଯ୍ୟନ୍ତ ହତ୍ୟକାଣ୍ଡ ପଛର କାରଣ ସ୍ପଷ୍ଟ ଜଣାପଡ଼ିନାହିଁ । ପୋଲିସ ଅଭିଯୁକ୍ତକୁ ଗିରଫ କରି ଏହି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.