fbpx

ଗଣଦୁଷ୍କର୍ମ ପରେ ହତ୍ୟା!

Advertisement

ନବରଙ୍ଗପୁର, ୧୪ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶ ଚାରିଆଡ଼େ ଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଆଜି ନବରଙ୍ଗପୁର କୋଷାଗୁମୁଡ଼ାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଏକ ବିଲରୁ ଜଣେ ନାବାଳିକାର ମୃତଦେହ ମିଳିଥିବା ସୂଚନା ମିଳିଛି । ଗତକାଲି ରାତିରୁ ଫେରାର ଥିଲେ ନାବାଳିକା । ଆଜି ତାଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ସେଠାରେ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଜିନ୍ ପ୍ୟାଣ୍ଟ ଓ ଚପଲ ଜବତ କରିଛି ପୋଲିସ । ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏବେ ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.