fbpx
BJD SKY
BJD SKY

Big Breaking: ହୋଟେଲ ବ୍ୟବସାୟୀଙ୍କ ତଣ୍ଟି କାଟି ହତ୍ୟା, ଚାଲିଛି ଛାନଭିନ

BJD

ଭୁବନେଶ୍ୱର: ଜଣେ ହୋଟେଲ ବ୍ୟବସାୟୀଙ୍କୁ ତଣ୍ଟି କାଟି ହତ୍ୟା କରିବା ଖବର ସାମ୍ନାକୁ ଆସିଛି । ଘରେ କେହି ନଥିବା ବେଳେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ତେବେ କେଉଁ କାରଣରୁ କିଏ ଏବଂ କାହିଁକି ହତ୍ୟା କଲା ତାହା ଅସ୍ପଷ୍ଟ ରହିଛି । ମୃତକ ହେଲେ ସାଗୁଆ ଗାଁର ବିଶ୍ୱଜିତ ନାୟକ । ଘଟଣାସ୍ଥଳରେ ବାଲିଅନ୍ତା ଥାନା ପୋଲିସ ଛାନଭିନ୍ କରୁଛି ।

ରାଜଧାନୀ ଉପକଣ୍ଠ ବାଳକାଟିରେ ଘରେ ପଶି ଯୁବକଙ୍କ ଗଳାକାଟି ହତ୍ୟା କଲେ ଦୁର୍ବୃତ୍ତ । ଗତ କାଲି ରାତିରେ ଘରେ ପଶି ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା ପରେ ହତ୍ୟାକାରୀ ଫେରାର ହୋଇଯାଇଛନ୍ତି । ମୃତକ ହେଲେ ବାଳକାଟି ସାଗୁଆ ଗ୍ରାମର ବିପିନ ବିହାରୀ ନାୟକଙ୍କ ବଡ଼ପୁଅ ବିଶ୍ଵଜିତ। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୁଲିସ ମୃତଦେହ ଜବତ କରିବା ସହ ଘଟଣା ସମ୍ପର୍କରେ ଏକ ହତ୍ୟା ମାମଲା ରୁଜୁ କରିଛି। ଆଜି ସାଇଣ୍ଟିଫିକ୍ ଦଳ ପହଞ୍ଚି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଏହି ହତ୍ୟାକାଣ୍ଡ ପଛରେ ଜଣେ ଯୁବତୀଙ୍କ ସମ୍ପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ।

ବିଶ୍ୱଜିତ ଏକ ଘରୋଇ କମ୍ପାନୀରେ କାମ କରନ୍ତି କିଛି ବର୍ଷ ତଳେ ସେ ବିବାହ କରିଥିଲେ। ହେଲେ କିଛି ଦିନ ଗଲା ପରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ପରେ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଅଛି ପୁଅ,ଭାଇ,ବାପା, ବୋଉକୁ ନେଇ ତାଙ୍କ ପରିବାରା ବିଶ୍ଵଜିତଙ୍କ ସାନ ଭାଇ ବାହାରେ ଚାକିରି କରନ୍ତି ୯ ତାରିଖରେ ତାଙ୍କ ମା’ ପୁରୀ ଯାଇଥିବା ବେଳେ ପୁଅ ହଷ୍ଟେଲ ରହି ପାଠ ପଢେ । ବିଶ୍ଵଜିତ ବାଳକାଟି ଶାଗୁଆ ଘରେ ନରହି ନିକଟରେ ଥିବା ଅନ୍ୟ ଏକ ଘରେ ରହୁଥିଲେ । ତାଙ୍କ ପାଖରେ ଜଣେ ଯୁବତୀ ରହି କାମ କରୁଥିଲେ ।

ଶୁକ୍ରବାର ସାନ ଭାଇ ଫୋନ୍ କରିଥିଲେ ମଧ୍ୟସେ ଉଠାଇ ନଥିଲେ । ସନ୍ଦେହ ହେବାରୁ ଗ୍ରାମର ଜଣେ ସାଙ୍ଗକୁ ସାନ ଭାଇ ଘଟଣା ସମ୍ପର୍କରେ କହିଥିଲେ । ସାଙ୍ଗ ଜଣଙ୍କ ସେଠାକୁ ଯାଇ ଦେଖିବା ବେଳକୁ ଖଟ ଉପରେ ବିଶ୍ଵଜିତ ନିସ୍ତେଜ ଅବସ୍ଥାରେ ପଡ଼ିଥିଲେ । ଯେତେ ଡାକିଲେ ବି ସେ ଶୁଣି ନଥିଲେ । ଏନେଇ ପରିବାର ଲୋକେ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ କୁଡ଼ୁବୁ ଡ଼ୁ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଥିଲା । ମୃତଦେହ ଖଟ ଉପରେ ପଡ଼ିଥିବାବେଳେ ତାଙ୍କ ଉପରେ କମ୍ବଳ ଘୋଡ଼ାଯାଇଥିଲା । ତ‌କିଆ ଏବଂ ଛାତ ସିଲି ଫ୍ୟାନ୍‌ରେ ରକ୍ତ ଲାଗିଥିବା ଦେଖାଯାଇଛି। ବିଦ୍ୟୁତ୍ ବୋର୍ଡରେ ମଧ୍ୟ ରକ୍ତର ଦାଗ ଲାଗିଛି । ପାରିପାର୍ଶ୍ଵକ ପରିସ୍ଥିତିକୁ ଦେଖିଲେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅନୁମିତ ହେଉଛି ।

ବିଶେଷ ସୂତ୍ରରୁ ସନ୍ଦେହ କରାଯାଉଛି କି ସେହି ଯୁବତୀ ଏବଂ ବିଶ୍ୱଜିତ୍ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଯାହାକୁ ନେଇ ତାଙ୍କ ପରିବାରରେ ସଦାବେଳେ ଝଗଡ଼ା ସୃଷ୍ଟି ହେଉଥିଲା

Get real time updates directly on you device, subscribe now.