BREAKING: ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ହାଣି ହତ୍ୟା
ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ହାଣି ହତ୍ୟା କରାଯାଇଛି। ବଲାଙ୍ଗୀର ଚିମିନିଭାଟି ସ୍କୁଲ ପାଖରେ ଘଟିଛି ହତ୍ୟାକାଣ୍ଡ।
ବଲାଙ୍ଗିର: ବିଚ୍ ରାସ୍ତାରେ ହାଣି ହତ୍ୟା। ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ହାଣି ହତ୍ୟା କରାଯାଇଛି। ବଲାଙ୍ଗୀର ଚିମିନିଭାଟି ସ୍କୁଲ ପାଖରେ ଘଟିଛି ହତ୍ୟାକାଣ୍ଡ।
ଯୁବକଙ୍କୁ ଟାଙ୍ଗିଆରେ ହାଣି କରାଯାଇଛି ହତ୍ୟା। ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣା ସ୍ଥଳରେ ମୃତଦେହ ପାଖରେ ଏକ ବାଇକ୍ ପଡ଼ିଥିବା ଦେଖିବାକୁ ମିଳିଛି।
ଘଟଣା ସମ୍ପର୍କରେ ସା୍ଥାନୀୟ ଲୋକ ଜାଣିବା ପରେ ଏନେଇ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ଏଭଳି ହତ୍ୟାକଣ୍ଡ ପଛରେ କିଛି ବଡ଼ ଶତ୍ରୁତା ହୋଇପାରେ ବୋଲି ସନ୍ଦେହ କରାଯାଉଛି।