ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଭଳି କି ଭଳି ଖବର ପ୍ରସାରଣ ହେବାରେ ଲାଗିଛି । ଅନେକ ସମୟରେ ଏମିତି ଭିଡିଓ ଭାଇରାଲ ହେଉଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରୁଛି । ଫେସବୁକରେ ପ୍ରବଳ ମାତ୍ରାରେ ଏକ ଭିଡିଓ ଘୁରିବୁଲୁଥିଲା । ଯାହାକୁ ଲୋକେ ଦେଖିବା ସହ ଅନେକ ୟୁଜର୍ସ ମିମ୍ ମଧ୍ୟ ତିଆରି କରିଛନ୍ତି । ଭିଡିଓ ଅନୁସାରେ ଜଣେ ମୁସଲମାନ ମୌଲବୀ ଏକ ସଭାରେ ଯୋଗ ଦେଇଛନ୍ତି । ସଭାରେ ଆୟୋଜିତ ମଞ୍ଚ ଉପରେ ଛିଡ଼ା ହୋଇ ମୌଲବୀ ଜଣକ ତଳେ ଛିଡ଼ା ହୋଇଥିବା ଲୋକଙ୍କ ଉପରକୁ ଛେପ ପକାଉଛନ୍ତି । ଏମିତି କିଛି ଦୃଶ୍ୟ ଥିଲା, ଭିଡିଓରେ ।
ପ୍ରକୃତ କଥା ହେଲା, ମଞ୍ଚ ତଳେ ଛିଡ଼ା ହୋଇ ରହିଥିବା ଲୋକଙ୍କ ହାତରେ ପାଣି ବୋତଲ ରହିଥିଲା । ସେମାନେ ପାଣି ବୋତଲର ଠିପି ଖୋଲି ମୌଲବୀଙ୍କ ଆଡ଼କୁ ଦେଖାଇଥିବାବେଳେ, ମୌଲବୀ ଜଣକ ପାଣି ବୋତଲରେ ଛେପ ପକାଉ ଥିବାର ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ମୌଲବୀଙ୍କ ଛେପ ପକା ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରୁହେ । ଏହାକୁ ବିଶ୍ୱାସ କରି ଲୋକମାନେ ପାଣି ବୋତଲର ଠିପି ଖୋଲି ମୌଲବୀଙ୍କ ମୁହ÷ଁ ପାଖରେ ଦେଖାଉଛନ୍ତି, ଆଉ ସେ ନଇଁକରି ସେ ବୋତଲରେ ଥୁ ଥୁ କରି ଛେପ ପକାଉଛନ୍ତି । ଘଟଣାଟି କେଉଁଠାରେ ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ । କିନ୍ତୁ ଭିଡିଟି ଭାଇରାଲ ହେବା ପରେ ୟୁଜର୍ସ ଏଥିରେ ବହୁ ମଜାଳିଆ କମେଣ୍ଟ ଦେଉଛନ୍ତି । ଏ ପ୍ରକାର ଅନ୍ଧ ବିଶ୍ୱାସ ପାଇଁ ଲୋକଙ୍କ ପ୍ରାଣ ବିପଦରେ ପଡ଼ିବାର ଆଶଙ୍କା ରହିଛି । ମଣିଷ ଛେପରେ ଅନେକ ସମୟରେ କ୍ଷତିକାରକ ଜୀବାଣୁ ଅବା କୌଣସି ରୋଗର ଜୀବାଣୁ ରହିଥାନ୍ତି । ଯଦି ଏହି ଛେପକୁ ପାଣି ସହ ମିଶାଇ ପିଆଯାଏ ତେବେ ଶରୀରରେ ନାନା ପ୍ରକାରର ରୋଗ ହେବାର ଆଶଙ୍କଚୁ ଏଡ଼ାଇ ଦିଆଯାଇ ନ ପାରେ ।