fbpx

‘ପାକିସ୍ତାନ ଏକ ମୁସଲିମ୍ ବହୁଳ ଦେଶ ହେବ ପରେ ମଧ୍ୟ, ପାକ ଠୁ ଭାରତରେ ଭଲ ସ୍ଥିତିରେ ଅଛନ୍ତି ମୁସଲମାନ

ନୂଆଦିଲ୍ଲୀ: ଭାରତରେ ଥିବା ମୁସଲିମ ସମ୍ପ୍ରଦାୟ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଠାରେ ସେମାନଙ୍କ ଅବସ୍ଥାରେ ବି ସୁଧାର ଆସୁଛି । ଭାରତରେ ମୁସଲିମମାନେ ଏକ ଆରାମଦାୟକ ଜୀବନ ବଞ୍ଚୁଥିବା ବେଳେ ପାକିସ୍ତାନ ମୁସଲିମଙ୍କ ଅପେକ୍ଷା ସେମାନଙ୍କ ସ୍ଥିତି ଖୁବ୍ ଭଲ ରହିଛି । ଆମ ଦେଶର ଜନସଂଖ୍ୟାର ଦ୍ୱିତୀୟ ନମ୍ବରରେ ମୁସଲମାନ ରହିଛନ୍ତି । ପାକିସ୍ତାନ ଏକ ମୁସଲିମ୍ ବହୁଳ ଦେଶ।

ଏହା ସତ୍ତ୍ୱେ ଉକ୍ତ ଦେଶର ମୁସଲିମଙ୍କ ଅପେକ୍ଷା ଆମ ଦେଶର ମୁସଲିମ୍ ସମ୍ପ୍ରଦାୟ ଲୋକେ ଅଧିକ ପ୍ରଗତି କରୁଛନ୍ତି । ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କ ସଂଖ୍ୟଦିନକୁ ଦିନ କମିବାରେ ଲାଗିଥିବା ବେଳେ ସେଠାରେ ସେମାନଙ୍କ ଜୀବନକୁ ନର୍କ କରି ଦିଆଯାଉଛି । ସାମାନ୍ୟ ଅପରାଧରେ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉଛି । ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଥିବା ବେଳେ ଭାରତର ସମାଲୋଚକଙ୍କୁ ଦେଇଛନ୍ତି କଡ଼ା ଜବାବ ।

ୱାଶିଂଟନ ଡିସିରେ ଇନଷ୍ଟିଚ୍ୟୁଟ ଫର ଇଣ୍ଟର ନ୍ୟାସନାଲ ଇକୋନମିକ୍ସ ଶୀର୍ଷକ ଆଲୋଚନାରେ ଭାଗ ନେଇ ସମାଲୋଚକଙ୍କୁ ଏପରି କଡ଼ା ଜବାବ ଦେଇଛନ୍ତି ସୀତାରମଣ । ଭାରତୀୟ ଅର୍ଥ ବ୍ୟବସ୍ଥା ଓ ବିକାଶ ଉପରେ ହୋଇଥିବା ଏହି ଆଲୋଚନାଚକ୍ରରେ ଭାରତର ଅପପ୍ରଚାର କରୁଥିବା ଲୋକଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ସୀତାରମଣ । ସବୁ ପ୍ରକାର ଅକୁକୂଳ ସ୍ଥିତି ଥିବା ସତ୍ତ୍ୱେ ଭାରତରେ ବିଦେଶୀ ପୁଞ୍ଜି ନିବେଶ କାହିଁକି ପ୍ରଭାବିତ ହେଉଛି ବୋଲି ନିର୍ମଳା ସୀତାରମଣଙ୍କୁ ପଚରା ଯାଇଥିଲା । ଏହାର ଉତ୍ତରରେ ସେ କହିଛନ୍ତି, ଯେଉଁମାନେକବେ ଦିନେ ବି ଗ୍ରାଉଣ୍ଡ ଜିରୋକୁ ଯାଇ ନାହାନ୍ତି ଏପରି ଧାରଣା ସେମାନେ ହିଁ ପ୍ରଚାର କରି ଲୋକଙ୍କୁ ଭ୍ରମିତ କରୁଛନ୍ତି । ଯେଉଁମାନେ ଭାରତରେ ନିବେଶ କରିଛନ୍ତି ସେମାନେ ଏହାର ସଠିକ୍ ଉତ୍ତର ଦେଇ ପାରିବେ ।ଏହାବାଦ ଯେଉଁମାନେ ଭାରତରେ ନିବେଶ କରିବାକୁ ଆଗ୍ରହୀ ଅଛନ୍ତି, ସେମାନେ ଥରେ ଆସି ଭାରତରେ କ’ଣ ହେଉଛି ଦେଖିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ସୀତାରମଣ ।

ଭାରତରେ ଥିବା ଅଳ୍ପସଂଖ୍ୟକ ମୁସଲିମ୍ ହିସାଂର ଶିକାର ହେଉଥିବା ପଶ୍ଚିମ ଗଣମାଧ୍ୟମରେ ପ୍ରସାରିତ ହେବା ଦ୍ୱାରା ଭାରତର ଛବି ମଳିନ ପଡ଼ୁଛି । ଏପରିପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୀତାରମଣ କହିଛନ୍ତି, ଦୁନିଆର ସବୁଠୁ ଅଧିକ ମୁସଲିମ ଥିବା ରାଷ୍ଟ୍ର ମଧ୍ୟରେ ଭାରତ ଦ୍ୱିତୀୟ ନମ୍ବରରେ ରହିଛି । ଯଦି ଭାରତରେ ସେମାନଙ୍କୁ ହଇରାଣ କରାଯାଉଛି ତେବେ ସେମାନଙ୍କ

ଜନସଂଖ୍ୟା କିପରି ଉପରମୁହାଁ ହୋଇ ରହିଛି । ଅପରପକ୍ଷେ, ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କ ସଂଖ୍ୟା ଦିନକୁ ଦିନ କମି ଚାଲିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେଉଛି । ଏପରିକି ଯେକୌଣସି ମାମଲାର ଉପଯୁକ୍ତ ଯାଞ୍ଚ କରା ନ ଯାଇ ପୀଡ଼ିତାଙ୍କୁ ହିଁ ଦୋଷୀ ବୋଲି ଧରି ଦଣ୍ଡ ବିଧାନ କରି ଦିଆଯାଉଛି ।

Get real time updates directly on you device, subscribe now.