fbpx

ସୂର୍ଯ୍ୟପରାଗ ବିଗାଡିପାରେ ଏହି ୫ରାଶିର ବ୍ୟାଙ୍କ ବାଲାନ୍ସ, ହୋଇଯାଆନ୍ତୁ ସାବଧାନ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୨୦ ଏପ୍ରିଲରେ ଲାଗିବାକୁ ଯାଉଛି । ବୈଶାଖ ମାସର ଆମାବାସ୍ୟା ତିଥିରେ ଲାଗୁଥିବା ଏହି ସୂର୍ଯ୍ୟପରାଗ ମେଷ ରାଶି ଏବଂ ଅଶ୍ୱିନୀ ନକ୍ଷେତ୍ରରେ ହେବ । ତେଣୁ ଏହି ସୂର୍ଯ୍ୟପରାଗରେ ଅନେକ ରାଶିରେ ଖରାପ ପ୍ରଭାବ ପଡିବ । ଏନେଇ ଜ୍ୟେତିଷଶାସ୍ତ୍ରୀ କହିଛନ୍ତି ଯେ, ସୂର୍ଯ୍ୟପରାଗରେ ୫ଟି ରାଶିର ଲୋକଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଏହି ପରାଗରେ ୫ରାଶିର ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା କେଉଁ ୫ରାଶି ସୂର୍ଯ୍ୟ ପରାଗରେ ସତର୍କ ରହିବେ ।

ମେଷ: ଏହି ସୂର୍ଯ୍ୟପରାଗ ଆପଣଙ୍କ ଲଗ୍ନରେ ହେବ । ଏଥିରେ ଆପଣଙ୍କୁ ଶାରୀରିକ କଷ୍ଟ ହୋଇପାରେ । ବ୍ୟାପାରରେ ମଧ୍ୟ କ୍ଷତି ସହିବାକୁ ପଡିବ । ଆର୍ଥିକ କ୍ଷେତ୍ରରେ ସାବଧାନ ରୁହନ୍ତୁ ।

ବୃଷ: ଅନିୟନ୍ତ୍ରିତ ଖର୍ଚ୍ଚ ଆପଣଙ୍କୁ ଆସୁବିଧାରେ ପକାଇପାରେ । କୌଣସି ଯୋଜନାରେ ନିବେଶ ଠାରୁ ଦୂରେଇ ରୁହନ୍ତୁ । ସୂର୍ଯ୍ୟଙ୍କ ସପ୍ତମ ଦୃଷ୍ଟି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାର କାରଣ ହୋଇପାରେ ।

ସିଂହ: ସୂର୍ଯ୍ୟ ସିଂହ ରାଶିର ସ୍ୱାମୀ ଅଟନ୍ତି । ସୂର୍ଯ୍ୟପରାଗ ଆପଣଙ୍କ ନବେ ଭାଗରେ ହେବ । ଇଛା କରୁଥିବା କୌଣସି କାର୍ଯ୍ୟ ସଫଳ ହେବ ନାହିଁ । ପ୍ରପର୍ଟୀର ନିବେଶରୁ ଦୂରେଇ ରୁହନ୍ତୁ ।

କନ୍ୟା: ଆପଣଙ୍କ ୮ମ ଭାଗରେ ଗ୍ରହଣ ଲାଗୁଛି । ସଂପର୍କୀୟଙ୍କ ସହ ସଂପର୍କ ଖରାପ ହେବାର ସମ୍ଭାବନା ରହିଛି । ଶଶୁର ଘରେ ଝଗଡା ପରିସ୍ଥିତି ଉପୁଜିପାରେ । ଆପଣ ନିଜର ସ୍ୱାସ୍ଥ୍ୟ ଏବଂ କ୍ୟାରିୟରର ଧ୍ୟାନ ରଖିବା ଆବଶ୍ୟକ । ଏହି ସମୟ ଆପଣଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ଆଣିପାେରେ ।

ତୁଳା: ଏହି ରାଶିର ୭ମ ଭାଗରେ ସୂର୍ଯ୍ୟ ଗ୍ରହଣ ଲାଗିବ । ଦାମ୍ପତ୍ୟ ଜୀବନ ଖରାପ ହୋଇପାରେ । ପାର୍ଟନରସିପ ବିଜନେସରେ କ୍ଷତି ସହିବାକୁ ପଡିପାରେ ।

Get real time updates directly on you device, subscribe now.