fbpx

(video)ମାଁର ହାତ ଛାଡି ରାସ୍ତା ଅତିକ୍ରମ କରୁଥିଲା ପିଲା, ହଠାତ ରାସ୍ତାର ବିପରୀତ ଦିଗରୁ ମାଡି ଆସିଲା କାର ଆଉ…..ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ:ସୋସିଆଲ ମିଡିଆରେ ଅନେକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ଦେଖିବା ପରେ ଆପଣ ଭାବିବେ ଆରେ ଏକ କଣ ? ଭିଡ଼ିଓ ଟିରେ ଦେଖିବାକୁ ମିଳେ ଯେ ଜଣେ ଶିଶୁ ନିଜ ମା’ର ହାତ ଛାଡି ରାସ୍ତା ପାର ହେବା ପାଇଁ ଏକୁଟିଆ ଦୌଡ଼ିବାକୁ ଲାଗେ, ଆଉ ଠିକ ସେତେବେଳେ ଆଗରୁ ଏକ କାର ଆଗରୁ ଆସେ। ଆଉ ଏହି ଏହି ପିଲାଟି କାର ସାମ୍ନାକୁ ଆସିଯାଏ । ଘଟଣା ସମୟରେ ଗାଡିର ଗତି ବହୁତ ଅଧିକ ଥିବା ବେଳେ ଅନ୍ୟପଟେ ଶିଶୁର ମାଆ ପୁରା ଘଟଣାକୁ ଆଶ୍ଚର୍ଯ୍ୟଚକିତ ହେଇ ଦେଖୁଛନ୍ତି।

ଯେତେବେଳେ ପିଲାଟି ଗାଡି ଆଗରେ ଆସେ, ସେତେବେଳେ ହିଁ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଦେଖାଇ କାରକୁ ଅନ୍ୟ ଦିଗକୁ ବୁଲାଇ ଦିଅନ୍ତି । ଏହାଦ୍ୱାରା କାରଟି ରାସ୍ତା ଅନ୍ୟ ପାର୍ଶ୍ୱକୁ ଦେଇ ଅତିକ୍ରମ କରିଦିଏ । ଆଉ ଯାହା ପାଇଁ ଶିଶୁର ଜୀବନ ମଧ୍ୟ ରକ୍ଷା ପାଇଥାଏ । ରାସ୍ତାର ଅପର ପାର୍ଶ୍ୱକୁ ଆସିବା ପରେ ଶିଶୁର ମା ତାଙ୍କୁ ପିଟୁ ଥିବାର ମଧ୍ୟ ଦେଖିବାକୁ ମିଳୁଛି ।

ଏହି ଭିଡିଓଟି CCTV Idiots ନାମକ ଏକ ଆକାଉଣ୍ଟ ଦ୍ୱାରା ଟ୍ୱିଟରରେ ସେୟାର କରାଯାଇଛି । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨.୫ ମିଲିୟନରୁ ଅଧିକ ଲୋକ ଦେଖିଛନ୍ତି। ୫୫ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିବାବେଳେ ଅନେକ ଲୋକ ଏହା ଉପରେ ମନ୍ତବ୍ୟ ଦେଉଛନ୍ତି। ଭିଡିଓ କେଉଁ ସ୍ଥାନରୁ ଆସିଛି ତାହା ଜଣା ପଡିନାହିଁ । ଜଣେ ବ୍ୟବହାରକାରୀ କହିଛନ୍ତି, ‘ଯଦି ଜଣେ ନାଇଜେରିଆ ମାଆ ଥାଆନ୍ତା, ତେବେ ତାଙ୍କୁ ବହୁତ ସମ୍ମାନର ସହିତ ଚାପୁଡ଼ା ମାରିଥାନ୍ତା । ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି, ‘ପିତାମାତାମାନେ ସେମାନଙ୍କ ପିଲାମାନଙ୍କୁ ଭଲ ଅନୁଶାସନ ଶିଖାଇବା ଉଚିତ୍ । ଭାଗ୍ୟବଶତଃ ଡ୍ରାଇଭର ଗାଡି କୁ ଠିକ ସେ କାବୁ କରିବାରେ ସକ୍ଷମ ହେଲେ ନଚେତ ପିଲାଟିର ଜୀବନ ଏବେ ବିପଦରେ ଥାଆନ୍ତା ।

Get real time updates directly on you device, subscribe now.