fbpx

CSK ଛାଡ଼ିଲେ ମୁସ୍ତାଫିଜୁର: ଦଳ ଛାଡ଼ିବା ପରେ ଧୋନୀଙ୍କ ପାଇଁ ଲେଖିଲେ ମନର କଥା…

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ଚଳିତବର୍ଷର ଶେଷ ମ୍ୟାଚ ଖେଳିଛନ୍ତି ଷ୍ଟାର ବୋଲର ମୁସ୍ତାଫିଜୁର ରହମାନ । ଜିମ୍ବାୱେ ବିପକ୍ଷରେ ସିରିଜ ଖେଳିବା ପାଇଁ ବାଂଲାଦେଶ ଗସ୍ତ କରିଛନ୍ତି ମୁସ୍ତାଫିଜୁର । ଆଇପିଏଲରେ ଆଗକୁ ଅନ୍ୟ କୌଣସି ମ୍ୟାଚ ଖେଳିବା ପାଇଁ ମୁସ୍ତାପିଜୁରଙ୍କୁ ବାଂଲାଦେଶୀ କ୍ରିକେଟ ବୋର୍ଡ ଅନୁମତି ଦେଇନାହିଁ । ତେବେ ସିଏସକେ ଛାଡ଼ିବା ପୂର୍ବରୁ ମୁସ୍ତାଫିଜୁର ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ସେ ଚେନ୍ନାଇର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି । ମୁସ୍ତାଫିଜୁରଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ବୋର୍ଡ ତରଫରୁ ଅନୁମତି ନ ମିଳିବାରୁ ବାଧ୍ୟ ହୋଇ ବାଂଲାଦେଶ ଫେରିଛନ୍ତି ମୁସ୍ତାଫିଜୁର ରହମାନ । କିନ୍ତୁ ଚେନ୍ନାଇ ଶିବର ଛାଡ଼ିବା ପରେ ମୁସ୍ତାଫିଜୁରଙ୍କ ସୋସିଆଲ ମିଡିଆ ପୋଷ୍ଟ ଏବେ ଭାଇରାଲ ହେଉଛି । ବିଶେଷ କରି ଚେନ୍ନାଇର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ପାଇଁ ଏକ ସ୍ପେଶାଲ ମେସେଜ ଦେଇଛନ୍ତି ମୁସ୍ତାଫିଜୁର । ପୋଷ୍ଟରେ ସେ ଲେଖିଛନ୍ତି ଯେ, ସବୁ କିଛି ପାଇଁ ଧନ୍ୟବାଦ୍ ମାହି ଭାଇ । ଆପଣଙ୍କ ଭଳି ଜଣେ ଲେଜେଣ୍ଡଙ୍କ ସହ ରୁମ୍ ସେୟାର କରିବା ଖୁବ ସ୍ପେଶାଲ ଥିଲା । ପ୍ରତ୍ୟେକ ଥର ମୋ ଉପରେ ଭରସା କରିଥିବାରୁ ଆପଣଙ୍କୁ ଧନ୍ୟବାଦ୍ । ଏହାସହିତ ଧୋନୀଙ୍କ ଟିପ୍ସ ପାଇଁ ମଧ୍ୟ ସେ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।

 

View this post on Instagram

 

A post shared by Mustafizur Rahman (@mustafizur_90)

ମୁସ୍ତାଫିଜୁର ଲେଖିଛନ୍ତି ଯେ, ମୁଁ ଆପଣଙ୍କର ସମସ୍ତ ଟିପ୍ସ ମନେ ରଖିବି । ମୁଁ ଚାହୁଁଛି ଖୁବଶୀଘ୍ର ଆପଣଙ୍କ ସହ ପୁଣିଥରେ ଭେଟ ହେଉ ଏବଂ ଆମେ ପୁଣିଥରେ ସାଙ୍ଗ ହୋଇ ଖେଳିବା । ଚଳିତ ସିଜନରେ ମୁସ୍ତାଫିଜୁର ଚେନ୍ନାଇ ସୁପର କିଙ୍ଗସ ପାଇଁ ସର୍ବଶ୍ରେଷ୍ଠ ବୋଲର ସାଜିଛନ୍ତି । ୯ଟି ମ୍ୟାଚରେ ୩୪.୨ ଓଭର ବୋଲିଂ କରି ୧୪ଟି ୱିକେଟ ନିଜ ନାମରେ କରିଛନ୍ତି ମୁସ୍ତାଫିଜୁର ।

Get real time updates directly on you device, subscribe now.