fbpx
BSKY
BJD MC SKY
BJD YOUTH SKY

Video: ‘ମୋର କାର୍ଯ୍ୟ କଥା କହିବ’, ମୁଖ୍ୟବିଚାରପତି ଶପଥ ଗ୍ରହଣ ପରେ କହିଲେ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ବିଚାରପତୀ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼ ଆଜି ଭାରତର ୫୦ ତମ ମୁଖ୍ୟବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ଶପଥ ଗ୍ରହଣ କରିବା ପରେ ଗଣମାଧ୍ୟମ ସହିତ ଆଲୋଚନା କରି ନିଜର ପ୍ରଥମ ପ୍ରତିକ୍ରିୟାରେ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ‘ସାଧାରଣ ନାଗରିକଙ୍କ ସେବା କରିବା ତଙ୍କର ପ୍ରାଥମିକତା ରହିବ।’ ଏହା ସହିତ ରେଜିଷ୍ଟ୍ରୀ ଏବଂ ନ୍ୟାୟିକ ପ୍ରକ୍ରିୟାରେ ସୁଧାର ସଂସ୍କାର ଆଣିବେ ବୋଲି ଦାବି କରିଛନ୍ତି। ଏହା ସହିତ ତାଙ୍କର କାର୍ଯ୍ୟ କଥା କହିବ ବୋଲି ସେ କହିଛନ୍ତି।

ମୁଖ୍ୟ ବିଚାରପତୀ ଭାବେ ଶପଥ ଗ୍ରହଣ କରିବା ପରେ ସେ ମହାତ୍ମା ଗାନ୍ଧିଙ୍କ ପ୍ରତିମୁର୍ତ୍ତୀରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ସମୟରେ ସେ ଗଣମାଧ୍ୟମ ସହିତ ଆଲୋଚନା କରି କହିଥିଲେ ଯେ, ‘ସାଧାରଣ ଲୋକଙ୍କ ପାଇଁ ସେବା ତାଙ୍କର ପ୍ରାଥମିକତା ରହିବ ଏବଂ ତାଙ୍କର କାର୍ଯ୍ୟ କଥା କହିବ।’ ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ ଅଯୋଧ୍ୟା ବିବାଦ, ଗୋପନୀୟତା ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ମାମଲାରେ ନିଷ୍ପତ୍ତି ନେଉଥିବା ବେଞ୍ଚର ଏକ ଅଂଶ ଥିଲେ। ଜଷ୍ଟିସ୍ ଚନ୍ଦ୍ରଚୂଡ଼, ଦେଶର ଦୀର୍ଘତମ ସେବା କରୁଥିବା ଜଷ୍ଟିସ୍ ୱାଇ.ଭି. ଚନ୍ଦ୍ରଚୂଡ଼ଙ୍କ ପୁତ୍ର।

 

View this post on Instagram

 

A post shared by NDTV (@ndtv)

ତାଙ୍କ ପିତା ୨୨ ଫେବୃଆରୀ ୧୯୭୮ ରୁ ୧୧ ଜୁଲାଇ ୧୯୮୫ ପର୍ଯ୍ୟନ୍ତ ଭାରତୀୟ ନ୍ୟାୟପାଳିକାର ମୁଖ୍ୟ ଥିଲେ। ଭାରତର ସର୍ବୋଚ୍ଚ ନ୍ୟାୟାଳୟର ସାତ ଦଶନ୍ଧିରୁ ଅଧିକ ଇତିହାସରେ ଏହା ପ୍ରଥମ ଥର ପାଇଁ ପୂର୍ବତନ ପ୍ରଧାନ ବିଚାରପତିଙ୍କ ପୁଅ ଏହି ପଦବୀରେ ରହିଆସିଛନ୍ତି। ଜଷ୍ଟିସ୍ ଚନ୍ଦ୍ରଚୂଡ଼ ନଭେମ୍ବର ୧୦, ୨୦୨୪ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ଏହି ପଦବୀରେ ରହିବେ। ସୁପ୍ରିମକୋର୍ଟର ବିଚାରପତିମାନେ ୬୫ ବର୍ଷ ବୟସରେ ଅବସର ନେଇଥାନ୍ତି। ସେ ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ ଉତ୍ତରାଧିକାରୀ ଥିଲେ ଯିଏ ତାଙ୍କୁ ଅକ୍ଟୋବର ୧୧ ରେ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଥିଲେ। ଅକ୍ଟୋବର ୧୭ ରେ ରାଷ୍ଟ୍ରପତି ତାଙ୍କୁ ପରବର୍ତ୍ତୀ ମୁଖ୍ୟବିଚାରପତି ଭାବରେ ନିଯୁକ୍ତ କରିଥିଲେ। ଜଷ୍ଟିସ୍ ଲଲିତଙ୍କ କାର୍ଯ୍ୟକାଳ ନଭେମ୍ବର ୮ ରେ ଶେଷ ହୋଇଥିଲା, ଯେଉଁଥିରେ ସେ ମାତ୍ର ୭୪ ଦିନ ଧରି ରହିଥିଲେ।

Get real time updates directly on you device, subscribe now.