fbpx
BJD SKY
BJD SKY

(Video) ଭଜନ ଗାଇ ଗାଇ ପିଲାଙ୍କୁ ଗଣିତ ପଢ଼ାଇଲେ ଶିକ୍ଷକ: ଲୋକ କହିଲେ- ‘ଏ ହେଉଛନ୍ତି ପ୍ରକୃତ ମାଷ୍ଟର’

BJD

ନୂଆଦିଲ୍ଲୀ: ଆଗରୁ ଏପରି ଏକ ସମୟ ଥିଲା, ଯେବେ ଶିକ୍ଷକମାନେ ଛୁଆଙ୍କୁ ପାଠପଢ଼ାଇବାକୁ କିଛି ବି କରିବାକୁ ପଛାଉନଥିଲେ । ସବୁ ପିଲାଙ୍କୁ ଭଲ ଶିକ୍ଷା ଦେବା ପାଇଁ ସେମାନଙ୍କ ମନରେ ଏକ ଜିଦ୍ ଦେଖିବାକୁ ମିଳୁଥିଲା । ସେ ଶିଖାଉଥିବା ଥିବା ସମସ୍ତ ଜ୍ଞାନ ପିଲାଙ୍କ ଭିତରେ ଆସୁ ବୋଲି ସେମାନେ ପ୍ରୟାସ କରୁଥିଲେ । କିନ୍ତୁ ଏବେ ଆଉ ସେପରି ନାହିଁ । ଏହାରି ମଧ୍ୟରେ ଜଣେ ଗୁରୁଜୀଙ୍କ ଭିଡିଓ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କର ପଢ଼ାଇବାର ଷ୍ଟାଇଲ ଲୋକମାନଙ୍କ ହୃଦୟକୁ ଛୁଇଁ ଯାଇଛି ।

ଟ୍ୱିଟରର ରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶିକ୍ଷକ ବହୁତ ମଜାଦାର ଢ଼ଙ୍ଗରେ ଗଣିତ ପଢ଼ାଉଥିବା ଦେଖିବାକୁ ମିଳିଛି । ଶିକ୍ଷକ ଜଣକ ହାତରେ ‘ଗିନି’ ଧରି ଭଜନ ଗାଇ ଗାଇ ପଣିକିଆ ଘୋଷାଉଥିଲେ । ଏହି ଭିଡିଓକୁ ଦେଖିବା ପରେ ଲୋକଙ୍କର ଅନେକ ପ୍ରତିକ୍ରୟା ଆସୁଛି । ୟାଙ୍କୁ ହିଁ ଅସଲି ଶିକ୍ଷକ କହିବା ବୋଲି ଲୋକେ କହୁଛନ୍ତି । ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷରୁ ଅଧିକ ଥର ଦେଖାସରିଛି ।

ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଛୁଆଙ୍କୁ ଶିଖାଉଥିବା ପଣିକିଆ ଦେଖି ଲୋକମାନଙ୍କୁ ନିଜର ପିଲାଦିନ କଥା ମନେପଡ଼ିଯାଉଛି । ଫଳରେ ଲୋକମାନେ କହୁଛନ୍ତି କି, ‘ଆମକୁ ଗର୍ବ ଲାଗୁଛି ଏପରି ଶିକ୍ଷକଙ୍କ ଉପରେ, ଯେ କି ଜିଦରେ ଆସି ପିଲାଙ୍କୁ ଶିଖାଇବା ପାଇଁ କିଛି ବି ଉପାୟ ଅବଲମ୍ବନ କରୁଛନ୍ତି । ଦେଶକୁ ଏପରି କର୍ତ୍ତବ୍ୟ ପରାୟଣ ଶିକ୍ଷକଙ୍କର ଆବଶ୍ୟକତା ରହିଛି ।’

Get real time updates directly on you device, subscribe now.