fbpx

୧୧ ହଜାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ଫେସବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା

ନୂଆଦିଲ୍ଲୀ: ଫେସବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା ୧୧ ହଜାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି। ଏହି ଘଟଣା ବିଷୟରେ ପରିଚିତ ଲୋକଙ୍କ ଅନୁସାରେ ମେଟା ବୁଧବାର ଏହାର ଅନେକ କର୍ମଚାରୀଙ୍କୁ ବ୍ୟାପକ ରୂପରେ ଛଟେଇ କରିବାକୁ ଯୋଜନା କରିଛି। କମ୍ପାନୀର ରାଜସ୍ୱ ହ୍ରାସ ପାଇବା ପରେ କମ୍ପାନୀ ଏହି ନିଷ୍ପତି ନେଇଛି। ମେଟାର ସିଇଓ ମାର୍କ ଜୁକରବର୍ଗ ଆଜି ଏକ ବ୍ଲଗ୍ ପୋଷ୍ଟରେ କହିଛନ୍ତି ଯେ, ‘ମୁଁ ମେଟା ଇତିହାସର କିଛି କଷ୍ଟଦାୟକ ପରିବର୍ତ୍ତନ ସେୟାର କରୁଛି। ମୁଁ ମୋ ଦଳର ଆକାରକୁ ପ୍ରାୟ ୧୩% ହ୍ରାସ କରିବାକୁ ଏବଂ ଆମର ୧୧,୦୦୦ ରୁ ଅଧିକ ପ୍ରତିଭାବାନ କର୍ମଚାରୀଙ୍କୁ କମ୍ପାନୀରୁ ହଟାଇବାକୁ ନିଷ୍ପତ୍ତି ନେଇଛି।’

ଜୁକରବର୍ଗ ତାଙ୍କର ସମ୍ପୁର୍ଣ୍ଣ ମନ୍ତବ୍ୟର କହିଛନ୍ତି ଯେ, ଆମେ ଖର୍ଚ୍ଚ ହ୍ରାସ ଏବଂ କ୍ୱାଟର-୧ର ମଧ୍ୟ ଭାଗରୁ ନୂତନ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ କରିବା ସହ ଏକ ଦକ୍ଷ କମ୍ପାନୀ ହେବା ପାଇଁ ଅନେକ ଅତିରିକ୍ତ ପଦକ୍ଷେପ ନେଉଛୁ । ତେବେ ଏତେ ମାତ୍ରାରେ ଛଟେଇ କରିବାର ଅର୍ଥ କମ୍ପାନୀ ଏକ ବଡ଼ ଧରଣର ବଜେଟ୍ ହ୍ରାସ କରିବା ଯୋଜନାରେ ରହିଛି । ସୂଚନାଯୋଗ୍ୟ ଡିଜିଟାଲ ରାଜସ୍ୱରେ ଦ୍ରୁତ ହ୍ରାସ କାରଣରୁ କମ୍ପାନୀ ଏହି ପଦକ୍ଷେପ ନେଇଛି ।

ଛଟେଇ ହୋଇଥିବା କର୍ମଚାରୀମାନଙ୍କୁ କମ୍ପାନୀ ଦ୍ୱାରା ୬ ସପ୍ତାହ ମୌଳିକ ଦରମା ଦିଆଯିବ। କର୍ମଚାରୀ କହିଛନ୍ତି ଯେ କର୍ମଚାରୀଙ୍କୁ ୬ ମାସ ପାଇଁ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଦିଆଯିବ। ଗତ ସପ୍ତାହରେ ଟ୍ୱିଟର ବଡ ଧରଣର ଛଟେଇ କରିଥିଲା, ଯାହା ଏଲନ୍ ମସ୍କକୁ ବିକ୍ରୟ ପରେ କମ୍ପାନୀ ପ୍ରାୟ ୫୦% କର୍ମଚାରୀ ହ୍ରାସ କରିଥିଲା। ସେହିପରି ସ୍ନାପଚାଟରୁ ଏହା ମଧ୍ୟ କୁହାଯାଇଛି ଯେ କମ୍ପାନୀ ଏହାର କର୍ମଜୀବୀଙ୍କୁ ୨୦ ପ୍ରତିଶତ ହ୍ରାସ କରିବାକୁ ଯାଉଛି।

Get real time updates directly on you device, subscribe now.