fbpx

ବିଦେଶରେ ହିଟ୍ ହେଉଛି ଆଲିଆଙ୍କ ଏହି ଷ୍ଟାଇଲ; ମଡେଲଙ୍କ ରାମ୍ପୱାକ ପରେ ଆଲିଆଙ୍କ ଫ୍ୟାନ୍ ଦେଲେ ପ୍ରତିକ୍ରିୟା

ବଲିଉଡର ଚୁଲ୍‌ବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସେ ମା’ହେବା ପରଠାରୁ ଲାଇମ ଲାଇଟରେ ରହି ଆସୁଛନ୍ତି । ତେବେ ନିକଟରେ ଆଲିଆଙ୍କ ଅନେକ ଫିଲ୍ମ ହିଟ୍ ହୋଇଥିବା ବେଳେ ଗଙ୍ଗୁବାଇ କାଠିଆୱାଡି ସୁପରହିଟ୍ ବା ବ୍ଲକବଷ୍ଟର ହୋଇଥିଲା । ଏହି ଫିଲ୍ମ ରିଲିଜ ହେବାପରେ ଏଥିରେ ଆଲିଆଙ୍କ ନିଖୁଣ ଅଭିନୟ ଅନେକ ଦର୍ଶକଙ୍କ ମନଜିତିଥିଲା । ତେବେ ବର୍ତ୍ତମାନ ପୁଣିଥରେ ଆଲିଆଙ୍କ ଏହି ଫିଲ୍ମ ଗଙ୍ଗୁବାଇ କାଠିଆୱାଡି ଚର୍ଚ୍ଚାକୁ ଆସିଛି । ଯାହାକୁ ନେଇ ବର୍ତ୍ତମାନ ତାଙ୍କ ଫ୍ୟାନ୍ ମାନେ ଅନେକ ପ୍ରତିକ୍ରିୟା ଦେଉଛନ୍ତି ।

ତେବେ ଆଲିଆ ଗଙ୍ଗୁବାଇ ଚଳଚିତ୍ରରେ କରିଥିବା ଚରିତ୍ର ପାଇଁ କେବଳ ଦେଶରେ ନୁହେଁ ବରଂ ବିଦେଶରେ ବି ଅନକେ ପ୍ରଶଂସା ସାଉଁଟିଛନ୍ତି । ଯାହାର କ୍ରେଜ୍‌ ବର୍ତ୍ତମାନ ବିଦେଶରେ ଦେଖିବାକୁ ମିଳିଛି। ତେବେ ରିପୋର୍ଟ ଅନୁଯାୟୀ ମାଲେସିଆରେ ଆୟୋଜିତ ଏକ ଫ୍ୟାଶନ ଶୋ’ରେ ଜଣେ ମଡେଲ ଗଙ୍ଗୁବାଇ ଲୁକରେ ନଜର ଆସିଥିଲେ । ଯାହାର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ମାଲେସିଆରେ ଫ୍ୟାଶନ ଶୋ’ ୨୦୨୨ରେ ଅଂଶଗ୍ରହଣ କରିଥିବା ମଡେଲମାନଙ୍କ ମଧ୍ୟରୁ ଜଣେ ମଡେଲ୍ ଆଲିଆଙ୍କ ଏହି ଗଙ୍ଗୁବାଇ ଲୁକ୍ ଉପସ୍ଥାପନ କରିଥିଲେ । ଫ୍ୟାଶନ ଶୋ ସମୟରେ ମଡେଲ ଏହି ଲୁକ୍‌ ରେ ରାମ୍ପୱକ କରିଥିଲେ । କେବଳ ଏତିକି ନୁହେଁ, ମଡେଲ ଜଣଙ୍କ ତାଙ୍କ ଚେହେରା , ହେୟାର ଷ୍ଟାଇଲ୍ ଏବଂ ପୋଷାକ ମଧ୍ୟ ଗଙ୍ଗୁବାଇ ଷ୍ଟାଇଲ ପରି କରିଥିଲେ । ଏଥିସିହତ ସେ ଅଭିନେତ୍ରୀ ଆଲିଆଙ୍କ ପରି ଦେଖାଯିବା ପାଇଁ ଏକ କଳା ଚଷମା ମଧ୍ୟ ବ୍ୟବହାର କରିଥିଲେ । ତେବେ ଫ୍ୟାଶନ ଶୋ’ର ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ମାତ୍ରେ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଫଟୋ ଉପରେ ଆଲିଆଙ୍କ ପ୍ରସଂଶକମାନେ ଅନେକ ପ୍ରକାର କମେଣ୍ଟ କରିବା ସହ ଆଲିଆଙ୍କ ଗଙ୍ଗୁବାଇ ଡାଇଲକ ମଧ୍ୟ ଲେଖୁଛନ୍ତି । ତେବେ ଏହି ଫଟୋକୁ ମିସ୍ ଷ୍ଟାର ମାଲେସିଆ ମଧ୍ୟ ସେୟାର କରିଛନ୍ତି ।

ଏହି ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଗଙ୍ଗୁବାଇ କାଠିଆୱାଡି ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । ଫିଲ୍ମଟି ଚଳିତ ବର୍ଷ ମୁକ୍ତିଲାଭ କରିଥିଲା, ଯାହାକି ଦର୍ଶକଙ୍କୁ ପସନ୍ଦ ଆସିବା ସହ ଜବରଦସ୍ତ ବ୍ୟବସାୟ ମଧ୍ୟ କରିଥିଲା । ଏତତ୍ ବ୍ୟତୀତ ଏହି ଫିଲ୍ମରେ ଆଲିଆଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ।

Get real time updates directly on you device, subscribe now.