ମିଆଁମାର ଭୂକମ୍ପ, ନେଲାଣି ୧୭୦୦ ଜୀବନ, ଏବେବି ମାଟି ତଳେ ରହିଛି ଜୀବନ

ମିଆଁମାରର ଭୟଙ୍କର ଭୂମିକମ୍ପ। ପୁରା ବିଶ୍ୱକୁ ଦୋହଲାଇ ଦେଇଥିଲା। ଏହି ଭୂକମ୍ପରେ ଏବେସୁଦ୍ଧା ୧୭୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଆହତଙ୍କ ସଂଖ୍ୟା ରହିଛି ୩୪୦୦। ଏବେବି ମାଟିତଳୁ ଖୋଲା ଯାଉଛି ଶବ। ଚାଲିଛି ଉଦ୍ଧାର କାର୍ଯ୍ୟ।

ମିଆଁମାର: ଶୁକ୍ରବାର ଦିନ ମିଆଁମାରର ଭୟଙ୍କର ଭୂକମ୍ପ ପୁରା ବିଶ୍ୱକୁ ଥରାଇ ଦେଇଥିଲା। କିଛି ସମୟ ମଧ୍ୟରେ ଆଖି ପିଛୁଳାକେ ସବୁ କିଛି ଛାରଖାର କରିଦେଇଥିଲା। ଆଉ ଭୀଷଣ ଭୂକମ୍ପରେ ଅନେକ ବଡବଡ ଅଟ୍ଟାଳିକା ଭୁଶୁଡି ପଡିଥିଲା। ଆଉ ଯାହା ତଳେ ଚାପି ହୋଇ ରହିଥିଲେ ଅନେକ ଲୋକ।

ଯାହାଙ୍କର ମୃତ୍ୟୁ ସଂଖ୍ୟା ୧୭୦୦ରେ ପହଞ୍ଚିଥିବା ମିଆଁମାର ସେନା ପକ୍ଷରୁ ପ୍ରକାଶ କରାଯାଇଛି। ଏବେବି ଭଙ୍ଗା କୋଠା ତଳୁ ମୃତ ଦେହ ବାହାରୁଛି। ଏବଂ କିଛି ଲୋକଙ୍କ ଭାଗ୍ୟ ବଳରେ ମାଟି ତଳେ ଚାପି ହୋଇ ମଧ୍ୟ ଜୀବିତ ଅଛନ୍ତି।

ତେବେ ଶୁକ୍ରବାର ଦେଶର ମଧ୍ୟଭାଗରେ ଘଟିଥିବା ୭.୭ ତୀବ୍ରତାର ଭୂମିକମ୍ପରେ ପ୍ରାୟ ୧୭୦୦ ଲୋକଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୩୪୦୦ ଲୋକ ଆହତ ହୋଇଛନ୍ତି। ଏବେ ମଧ୍ୟ ଭୁଶୁଡ଼ି ପଡ଼ିଥିବା କୋଠାରେ ଜୀବିତ ଲୋକଙ୍କ ସନ୍ଧାନ କରୁଛନ୍ତି ଉଦ୍ଧାରକାରୀ ଦଳ।