fbpx

ହତ୍ୟାକାଣ୍ଡ ନା ଆତ୍ମହତ୍ୟା ! ରହସ୍ୟ ଘେରରେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତ୍ୟୁ, ସୋସିଆଲ ମିଡ଼ିଆରେ ଲେଖିଥିଲେ କିଛି ଏପରି

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ଆଉ ଆମ ଗହଣରେ ନାହାନ୍ତି ରାଜଧାନୀ ଭୁବନେଶ୍ୱରର ଜଣାଶୁଣା ସମାଜସେବୀ ଓ ମୋଟିଭେସନାଲ ସ୍ପିକର ଆଦିତ୍ୟ ଦାସ । ସେ ପିପୁଲ ଫର ସେବା ନାମକ ଏକ ସ୍ପେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ । ଆଜି ତାଙ୍କର  ମୃତ ଦେହ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ ଷ୍ଟେସନରୁ ମିଳିଥିବା ନେଇ ସୂଚନା ରହିଛି । କିନ୍ତୁ ତାଙ୍କର ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ହତ୍ୟା କରାଯାଇଥିବା ନେଇ ମଧ୍ୟ ସନ୍ଦେହ ଉପୁଜିଛି ।
ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଜାଣିବା ପାଇଁ ପୋଲିସ କ୍ୟାପିଟାଲ ହସ୍ପିଟାଲକୁ ତାଙ୍କର ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି । ତାଙ୍କର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇଯିବ । ସେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୋସିଆଲ ମିଡ଼ିଆରେ କିଛି ପୋଷ୍ଟ କରିଥିଲେ । ସେହି ପୋଷ୍ଟରେ ଲେଖାଥିଲା ଯେ ମୃତ୍ୟୁ ଯେତେ ବେଳେ ଆସେ ବହୁତ ଧିରେ ଧିରେ ଆସେ କେହି ଜାଣିପାରନ୍ତି ନାହିଁ । ସେହିପରି ଏହା ମଧ୍ୟ ଲେଖିଛନ୍ତି ଯେ ଅସ୍ଥିର ମଣିଷ ଖୋଜେ ସ୍ଥିର ଭଗବାନ ।


ଗତ ଜୁନ ୨୦ରେ ସେ ପ୍ରେମ ବିବାହ କରିଥିଲେ । ତାଙ୍କ ପତ୍ନୀଙ୍କ କହିବା ଅନୁସାରେ ସେ ଗତ ତିନି ଦିନ ହେବ ବହୁତ ଡ଼ରି ଡ଼ରି ରହୁଥିଲେ । ବାଥରୁମକୁ ଯିବାଠାରୁ ଆରମ୍ଭ କରି ଘର ଗେଟ ତାଲା ପକାଇବାକୁ ଏକୁଟିଆ ଯିବା ପାଇଁ ଡ଼ରୁଥିଲେ ।

Get real time updates directly on you device, subscribe now.