ଆକାଶରୁ ଖସିଲା ରହସ୍ୟମୟ ପଥର, ଛୁଇଁବା ମାତ୍ରେ ଲାଗିଯାଉଛି ନିଆଁ

ରାତିରେ ଘଟିଲା ଅଜବ ଘଟଣା। ବ୍ୟକ୍ତିଙ୍କ ଛାତ ଉପରେ ଆକାଶରୁ ଖସିଲା ଏକ ରହସ୍ୟମୟ ପଥର। ଧରିଲେ ବାହାରୁଛି ନିଆଁ। ଲୋକେ ଛାନିଆ।

ପାଟନା: ବିହାରର କଟିହାର ଜିଲ୍ଲାର ମଣିହାରୀରେ ଏକ ଅଜବ ଘଟଣା ଘଟିଛି, ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆକାଶରୁ ଖସିଛି ରହସ୍ୟମୟ ପଥର।

ଗତ ଜାନୁଆରି ୬ ତାରିଖ ରାତି ପ୍ରାୟ ୧୧ଟା ବେଳେ କଟିହାର ମଣିହାରୀ ୱାର୍ଡ ନମ୍ବର ୧୦ରେ ବାସୁଦେବ ସିଂହଙ୍କ ଘରେ ଏକ ରହସ୍ୟମୟ ପଥର ଛାତ ଉପରକୁ ଖସି ପଡ଼ିଥିଲା।

କମଳା ରଙ୍ଗର ପଥର: ପଥର ପଡ଼ିବା ମାତ୍ରେ ଜୋରରେ ଶବ୍ଦ ସହ ଘରେ ଧୂଆଁ ବ୍ୟାପିବାରୁ ପରିବାର ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ।

ପରଦିନ ସକାଳେ ଯେତେବେଳେ ପରିବାର ଲୋକେ ଅଗଣାରେ କିଛି ପଥର ଖଣ୍ଡ ଦେଖିଲେ, ସେଥିମଧ୍ୟରୁ ଗୋଟିଏ କମଳା ରଙ୍ଗର ଥିଲା ଏବଂ ଅଦ୍ଭୁତ ଦେଖାଯାଉଥିଲା।

ପୋଡ଼ିଗଲା ଆଙ୍ଗୁଠି: ପଡ଼ୋଶୀ ପିଲାମାନଙ୍କ ମଧ୍ୟରୁ ଜଣେ ଏହାକୁ ନିଜ ପକେଟରେ ରଖିଥିଲେ, କିନ୍ତୁ କିଛି ସମୟ ପରେ ଖଣ୍ଡଟି ଜଳିଯାଇଥିଲା ଏବଂ ଶିଶୁର ପ୍ୟାଣ୍ଟ ଏବଂ ଜଙ୍ଘର ଏକ ବଡ଼ ଅଂଶ ପୋଡ଼ି ଯାଇଥିଲା।

ଏପରିକି ପଥର ଖଣ୍ଡକୁ ବାହାରକୁ ଅଣିବା ବାଳେ ତାଙ୍କ ଆଙ୍ଗୁଠି ମଧ୍ୟ ଜଳି ଯାଇଛି। ଯାହାକୁ ଦେଖି ଲୋକମାନେ ଡରିଯାଇଥିବା ଦେଖିବାକୁ ମିଳିଛି।

ପିଲାଙ୍କ ପୋଡ଼ା ପ୍ୟାଣ୍ଟ: ଗ୍ରାମବାସୀ ପ୍ରଥମେ ଭାବିଥିଲେ ଯେ ଏହା ବଜ୍ରପାତ କିମ୍ବା ତୁଷାରପାତ ହୋଇପାରେ, କିନ୍ତୁ ଯେତେବେଳେ ସେମାନେ ଏହାକୁ ସ୍ପର୍ଶ କଲେ, ଏହା ଏକ ସାଧାରଣ ପଥର ପରି ଅନୁଭବ ହେଲା ।

ତେବେ ପଥର କପଡ଼ା ଓ ଦେହ ସଂସ୍ପର୍ଶରେ ଆସିବା ପରେ ହଠାତ୍ ଏଥିରେ ନିଆଁ ଲାଗିଯିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ।

ଏହାପରେ ପରିବାର ଓ ପଡ଼ୋଶୀମାନେ ବଳକା ପଥର ଖଣ୍ଡକୁ ସଂଗ୍ରହ କରିଥିଲେ ଏବଂ କିଛି ସମୟ ପରେ ସବୁ ଖଣ୍ଡ ଆପେ ଆପେ ନିଆଁ ଲାଗିଯାଇଥିଲା।

ଉଲ୍କାପିଣ୍ଡ ଖଣ୍ଡ ହୋଇଥାଇପାରେ: ପରିବାର ଲୋକେ ପାଣିରେ ଏକ ଖଣ୍ଡ ରଖିଥିଲେ, ଯାହା ଏପର୍ଯ୍ୟନ୍ତ ସୁରକ୍ଷିତ ରହିଛି। ଅନୁମାନ କରାଯାଉଛି ଏହା ଏକ ଉଲ୍କାପିଣ୍ଡ ହୋଇପାରେ।

କାରଣ ଉଲ୍କାପିଣ୍ଡ ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ଅତ୍ୟଧିକ ଗରମ ହୋଇଯାଏ ଏବଂ ସେମାନେ ପୃଥିବୀରେ ପଡ଼ିବା ପରେ ମଧ୍ୟ ଗରମ କିମ୍ବା ପ୍ରତିକ୍ରିୟାଶୀଳ ରହିଥାନ୍ତି ।