fbpx

ନାକ୍ ଗ୍ରେଡ୍: A +ରୁ ‘A ’କୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ(ନାକ୍‌‌) ଗ୍ରେଡରେ ତଳକୁ ଖସିଯାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ମାନ୍ୟତାରେ A+ରୁ ଏକୁ ଖସିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ୩.୧୬ ସ୍କୋର ସହ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଛି ‘A’ ଗ୍ରେଡ । ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଥିଲା A + ମାନ୍ୟତା । ଗତମାସରେ ନାକ ଟିମ୍ କ୍ୟାମ୍ପସରେ ଅନୁଧ୍ୟାନ କରି ଏହି ରିପୋର୍ଟ ଦେଇଛି ।

ମିଳିଥିବା ସୂଚନା ଅନୁସାରେ ବିଶ୍ୱବିଦ୍ୟାଳୟରେ ପାଖାପାଖି ୨୭ଟି ନିୟମିତ ବିଭାଗ ଥିବାବେଳେ ଏହି ବିଭାଗଗୁଡ଼ିକ ପାଇଁ ୨୫୭ ଅନୁମୋଦିତ ଅଧ୍ୟାପକ ପଦ ରହିଛି। ହେଲେ ସେଥିମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ପଦ ଖାଲି ପଡ଼ିଛି। ସେହିଭଳି ୪୭ଟି ପ୍ରଫେସର ପଦରୁ ପ୍ରାୟ ୭୦% ଖାଲିପଡ଼ିଥିବା ବେଳେ ବିଶ୍ୱବିଦ୍ୟାଳୟର ୭୬ଟି ଆସୋସିଏଟ୍‌‌ ପ୍ରଫେସର ପଦରୁ ୪୪ଟି ଖାଲିପଡ଼ିଛି।

୧୩୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦରୁ ଅଧାରୁ ଅଧିକ ପଦରେ ନୂଆ ନିଯୁକ୍ତି ହୋଇନାହିଁ। ବିଶ୍ୱବିଦ୍ୟାଳୟରେ କେବଳ ଶିକ୍ଷକ ପଦ ଖାଲି ପଡ଼ିନି; ପାଖାପାଖି ୭ଶହଟି ଅଣଶିକ୍ଷକ ପଦ ମଧ୍ୟ ଖାଲି ପଡ଼ିଛି। ଦୀର୍ଘଦିନ ହେବ ପଦଗୁଡ଼ିକ ଖାଲି ପଡ଼ିଥିବାବେଳେ ଏଥିରେ ସ୍ଥାୟୀ ନିଯୁକ୍ତି କେବେ ସେ ନେଇ ନିଦ୍ଦିଷ୍ଟ ସୂଚନା ନାହିଁ। ତେବେ ବିଶ୍ୱବିଦ୍ୟାଳୟର ଏପରି ସ୍ଥିତି କିଛି ବରିଷ୍ଠ କର୍ମଚାରୀଙ୍କୁ ସୁହାଇଛି। ସମ୍ପୃକ୍ତ କର୍ମଚାରୀ ଆଉଟ୍‌‌ସୋର୍ସିଂ ବ୍ୟବସ୍ଥାରେ ଅନେକ କର୍ମଚାରୀଙ୍କୁ ଥାଇଥାନ କରାଇଛନ୍ତି।

Get real time updates directly on you device, subscribe now.