fbpx
BSKY SKY
BSKY SKY

ପୱନ ଖେଡାଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ! ପ୍ରଧାନମନ୍ତ୍ରୀ ବାପାଙ୍କ ଉପରେ ଦେଇଥିଲେ ବିବାଦୀୟ ବୟାନ

BSKY

ନୂଆଦିଲ୍ଲୀ: ଜଣକ ପରେ ଜଣେ ବିବାଦୀୟ ବୟାନ ଦେଇ ଫସୁଛନ୍ତି କଂଗ୍ରେସ ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାରନେମ ଉପରେ ମନ୍ତବ୍ୟ ଦେଇ ଲୋକସଭା ସଦସ୍ୟତା ହରାଇବା ପରେ ମଧ୍ୟ ଚେତୁଁ ନାହାନ୍ତି କଂଗ୍ରେସ ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବୟାନ ଦେବା କଂଗ୍ରେସର ବରିଷ୍ଠ ନେତା ପୱନ ଖେଡାଙ୍କ ଉପରେ ଭାରି ପଡୁଥିବା ଦେଖିବାକୁ ମିଳୁଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପିତାଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେବାରୁ ପୱନ ଖେଡାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏବେ ପୋଲିସ ଏହି ମାମଲାରେ ଚାର୍ଜସିଟରେ ପୱନ ଖେଡା ଦୋଷୀ ବୋଲି କହିଛି। ଏହି ମାମଲାରେ ସୋମବାର ପୋଲିସ ଏକ ଚାର୍ଜସିଟ ଦାଖଲ କରିଛି।

ବ୍ୟବସାୟୀ ଗୌତମ ଆଦାନୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କ ଥିବା ଗୁରୁତର ଅଭିଯୋଗ ଆଣି ପୱନ ଖେଡା କହିଥିଲେ ଯେ ମୋଦି ତାଙ୍କ ପିତାଙ୍କ ନାମ ପରିବର୍ତ୍ତନ କରିଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା। ଏହି ସମୟରେ ପୱନ ଖେଡାଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଥିଲା।

ଏହା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ପୋଲିସ ଫେବୃଆରୀ ୨୩ ରେ ଖେଡାଙ୍କୁ ବିମାନ ବନ୍ଦରରେ ଯିବାକୁ ଅନୁମତି ଦେଇନଥିଲା ଏବଂ ତାଙ୍କୁ ଫେରାଇ ନେଇଥିଲା। ସେହି ସମୟରେ ପୁରା କଂଗ୍ରେସ ଦଳ ପୱନ ଖେଡାଙ୍କ ସହ ଛିଡା ହୋଇଥିଲେ। ଏବଂ ଏହି ମାମଲାରେ ତୁରନ୍ତ କଂଗ୍ରେସ ନେତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ଏହା ପରେ ତାଙ୍କୁ ଜାମିନ ମିଳିଥିଲା।

 

Get real time updates directly on you device, subscribe now.