fbpx

ପୁଣି ହେବ OSSC ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା, ଜାଣନ୍ତୁ କେବେ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତିଲ ହୋଇଥିବା ଓଏସଏସସି ପରିଚାଳିତ ପରୀକ୍ଷା ପୁଣିଥରେ ହେବ । ଜୁଲଶଇ ୩୦ରେ ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ଗୋଟିଏ ସିଟିଂରେ ଓଏମଆର ମୋଡରେ ପରୀକ୍ଷା ହେବ । ସବୁ ଜିଲ୍ଲା ମୁଖ୍ୟାଳୟରେ ପରିକ୍ଷା ହେବ । ଏନେଇ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପ୍ରଶ୍ନପତ୍ରରେ ତ୍ରୁଟି କାରଣରୁ ପରୀକ୍ଷା ବାତିଲ ହୋଇଥିଲା ।

ତେବେ ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁ ପରୀକ୍ଷା ବାତିଲ୍ ହୋଇଥିଲା । ବିଶେଷ ଭାବେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଚୟନ କରିଥିବା ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ପଢି ବୁଝିବାରେ ସମ୍ଭବପର ହୋଇନଥିଲା । ଏନେଇ ଅଭିଯୋଗ ପରେ ପରୀକ୍ଷା ବାତିଲ୍ କରିଥିଲା OSSC । ଗତ ୨୩ ତାରିଖରେ ୬୫ଟି ଆକାଉଣ୍ଟାଣ୍ଟ ପଦ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରିଲିମ୍ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଓଏମଆର ମାଧ୍ୟମରେ ପିଲାଙ୍କର ପରୀକ୍ଷା ଆୟୋଜିତ ହୋଇଥିଲା ।

Get real time updates directly on you device, subscribe now.