BREAKING: ନବଦାସ ହତ୍ୟା ମାମଲା, ଗୋପାଳଙ୍କ ପତ୍ନୀଙ୍କୁ ଘଣ୍ଟାଏ ଜେରା
ଗୋପାଳ ଦାସଙ୍କ ଘରେ ପହଞ୍ଚିଛି କ୍ରାଇବ୍ରାଞ୍ଚ ଟିମ୍। ଗୋପାଳଙ୍କ ପତ୍ନୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା କରାଯାଉଛି।
ବ୍ରହ୍ମପୁର: ନବଦାସ ହତ୍ୟାକାଣ୍ଡ ମାମଲାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଗୋପାଳ ଦାସଙ୍କ ଘରେ ପହଞ୍ଚିଛି କ୍ରାଇବ୍ରାଞ୍ଚ ଟିମ୍। ଗୋପାଳଙ୍କ ପତ୍ନୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା କରାଯାଉଛି। ପାଖାପାଖି ଘଣ୍ଟାଏ ସମୟ ଗୋପାଳଙ୍କ ପତ୍ନୀଙ୍କୁ କରାଯାଇଥିଲା ଜେରା।
ନବଦାସ ହତ୍ୟା ମାମଲାର ଘଟଣାକୁ ଚତୁର୍ଥ ଦିନରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ତଦନ୍ତ। ବ୍ରହ୍ମପୁରରେ ଗତ ୨ ଦିନ ଭିତରେ ୮ ଜଣଙ୍କୁ ଜେରା କରିସାରିଲାଣି ପୋଲିସ।
ତଦନ୍ତ ପାଇଁ ୨୩ ତାରିଖ ଠାରୁ ବହ୍ମ୍ରପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ। ଘଟଣାର ଅଧିକ ଛାନଭିନ କରି କାଳି ଗୋପାଳର ଭାଇ, ପୁତୁରା ଏବଂ ପୁଅକୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ।
ହୋଟେଲରେ କାମ କରୁଥିବା ରୋଷେୟାକୁ ମଧ୍ୟ କରାଯାଇଥିଲା ପଚରାଉଚରା। ଏବେ ବୈଦ୍ୟନାଥପୁର ଥାନାରେ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ।
ପରଦା ପଛରେ କିଏ ଥିଲା, ହତ୍ୟାକାଣ୍ଡ ପୂର୍ବରୁ ଗୋପାଳ କାହା ସହିତ କଥା ହୋଇଥିଲା ସେନେଇ କ୍ରାଇମବ୍ରାଞ୍ଚ କରୁଛି ତନଘନା।
ଗୋପାଳ ଦାସର ପୁରୁଣା କଲ୍ ଡିଟେଲ୍ସ ଖୋଲିଛି କ୍ରାଇମବ୍ରାଞ୍ଚ। ନବଦାସ ହତ୍ୟା ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହ କଥା ହୋଇଛି ସେମାନଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଥିଲେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି ବିକେ ମଲ୍ଲିକ।