fbpx

ସକାଳ ୮ଟାରୁ ନବଯୌବନ ଦର୍ଶନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଖେଇ ଆସୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାଙ୍କୁ କିପରି ଶୃଙ୍ଖଳିତ ଭାବେ ସମାପନ କରାଯିବ ସେନେଇ ଆଜି ଏକ ପ୍ରେସମିଟର ଆୟୋଜନ କରାଯାଇଥିଲା । ଆସନ୍ତା ୧୯ ତାରିଖ ଦିନ ସକାଳ ୮ଟାରୁ ନବଯୌବନ ଦର୍ଶନ ଆରମ୍ଭ ହେବ । ସକାଳ ୯ଟାରୁ ୧୧ଟା ମଧ୍ୟରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଚାଲିବ । ସକାଳ ୮ଟାରୁ ୯ଟା ମଧ୍ୟରେ ପାରମାଣିକ ଦର୍ଶନ ବ୍ୟବସ୍ଥା ରହିବ । ପାରମାଣିକ ଟିକେଟର ଦାମ ୧୦୦ ଟଙ୍କା ରଖାଯାଇଛି । ୯ଟାରୁ ୧୧ଟା ମଧ୍ୟରେ ଭକ୍ତମାନେ ସାହାଣମେଲା ଦର୍ଶନ କରିପାରିବେ । ଏନେଇ ପ୍ରେସମିଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ଶାନ୍ତିଶୃଙ୍ଖଳା ଓ ଭକ୍ତଙ୍କ ସୁରକ୍ଷାକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଳ ବଂଶଲ ଏଥିରେ ଅଧ୍ୟକ୍ଷତା କରିଥିଲେ । ଶ୍ରଦ୍ଧାଳଙ୍କ ସୁରକ୍ଷା ସହିତ ଉତ୍ତମ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଭକ୍ତମାନେ ଶ୍ରୀକ୍ଷେତ୍ର ଧାମରୁ ଯେପରି ଖୁସିଭରା ଅନୁଭୂତି ନେଇ ଫେରିବେ ସେନେଇ ଆଲୋଚନା ହୋଇଥିଲା ।

ଏଥିସହିତ ରଥଯାତ୍ରାର ସୁପରିଚାଳନା ନେଇ ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଥିଲେ । ଏହି ଅବସରରେ ମହାପ୍ରଭୁଙ୍କ ନୀତିକାନ୍ତ ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପୁରୀକୁ ଆସୁଥିବା ଭକ୍ତଙ୍କ ସୁରକ୍ଷା ସହିତ ଅନ୍ୟାନ୍ୟ ସୁବିଧା ଉପରେ ବିଶେଷ ଧ୍ୟାନ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଯାତ୍ରା ପାଇଁ ଜନସାଧାରଣ, ସେବାୟତ, ପୋଲିସ ପ୍ରଶାସନର ସହଯୋଗ କାମନା କରିଥିଲେ ।

Get real time updates directly on you device, subscribe now.