ଫେସବୁକରେ ପ୍ରେମ କରି ଘର ଛାଡ଼ିଥିଲେ ନାବାଳିକା, ପ୍ରେମିକ ଘରେ ନିର୍ଯ୍ୟାତନା ଦେଲେ ବାପ-ପୁଅ; ଅଭିଯୋଗ ପରେ ଗଲେ ଜେଲ୍

ଧର୍ମଶାଳା, (ଭାସ୍କର ନ୍ୟୁଜ୍‌) : ଧର୍ମଶାଳା ବ୍ଲକ ଜେନାପୁର ଥାନା ଚକ୍ରଧରପୁର ପଞ୍ଚାୟତ ଅନ୍ତର୍ଗତ ବଲାଙ୍ଗିଆ ଗ୍ରାମରେ ଜଣେ ନାବାଳିକାକୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ପୋଲିସ  ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ମୁତାବକ ବଲାଙ୍ଗିଆ ଗ୍ରାମର ଭାଗିରଥି ଦାସଙ୍କ ପୁଅ ରତ୍ନ କେଶରୀ ଦାସ (୨୧) ଫେସବୁକରେ ଜଣେ ନାବାଳିକା ସହିତ ସମ୍ପର୍କ ସ୍ଥାପନ କରିଥିଲା । ପରେ ଉକ୍ତ ନାବାଳିକାକୁ ପ୍ରେମଜାଲରେ ଫସାଇ ନିଜ ଗ୍ରାମ ବଲାଙ୍ଗିଆକୁ ନେଇ ଆସିଥିଲା । ହେଲେ ଘରେ ରହିବା ସମୟରେ ନାବାଳିକାକୁ ରତ୍ନା ଓ ତାର ବାପା ନିର୍ଯ୍ୟାତନା ଦେବା ସହ ମାରପିଟ କରିଥିବା ନେଇ ନାବାଳିକା ଜଣକ ଜେନାପୁର ଥାନାରେ ଅଭିଯୋଗ କରିଥିଲା । ଏନେଇ ଜେନାପୁର ପୋଲିସ ୮୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ବେଳେ ରବିବାର ଅଭିଯୁକ୍ତ ବାପା ଭାଗିରଥୀ ଓ ପୁଅ ରତ୍ନା ଦାସକୁ ଗିରଫ କରି ଯାଜପୁର କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।