fbpx
BJD SKY
BJD SKY

କୌଣସି ସମୟରେ ବି ଗିରଫ ହେବେ ଇମ୍ରାନ୍‌! ୫ରୁ ୮ ବର୍ଷ ଯାଏଁ ଭୋଗିପାରନ୍ତି ଜେଲ ଦଣ୍ଡ

BJD

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କୌଣସି ବି ସମୟରେ ଗିରଫ ହୋଇପାରନ୍ତି । ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିଥିବା ନେଇ ତାଙ୍କ ବିରୋଧେରେ ମାମଲା ରୁଜୁ ହୋଇଛି । ସାଉଦି ଆରବ ସ୍ଥିତ ମସଜିଦ-ଇ-ନବବିର ଯାତ୍ରା ବେଳେ ପାକ୍‌ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବିରୋଧରେ ଆପତ୍ତିଜନ ନାରାବାଜି କରିଥିବା ମାମଲାକୁ ନେଇ ତେହେରିକ-ଇ-ଇନସାଫର ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଇମ୍ରାନ ଖାନର ସମର୍ଥକମାନେ ଶାହବାଜ ସରିଫଙ୍କ ମସଜିଦ ଯାତ୍ରା ବେଳେ ତାଙ୍କ ବିରୋଧରେ ନାରାବାଜି କରିଥିଲେ । ଏଥିସହ ଆପତ୍ତିଜନକ ଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ ବୋଲି ଅଭିଯୋଗ ହୋଇଛି ।

ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ କହିଛନ୍ତି, ମସଜିଦ ଏକ ପବିତ୍ର ସ୍ଥାନ । ଏଭଳି ଏକ ପବିତ୍ର ସ୍ଥାନରେ ନାରାବାଜି କରିବା ଅପରାଧ, ଯାହାକୁ କ୍ଷମା କରାଯାଇନପାରେ । ସାଉଦି ଆରବ ମଧ୍ୟ ଇମ୍ରାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିାରେ । ଫୈସଲାବାଦରେ ଇମ୍ରାନ ଖାନ୍‌ଙ୍କ ବ୍ୟତୀତ, ଶହବାଜ ଗିଲ୍‌, ଫୱାଦ ଚୌଧରୀ, କାସିମ ସୁରୀ, ଶାହବଜାଦା ଜାହାଙ୍ଗିର ଖାନ୍‌, ଅନୀଲ ମୁସର୍ରତ ଏବଂ ଶେଖ ରସିଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଇମ୍ରାନ ଓ ତାଙ୍କ ସହଯୋଗୀଙ୍କୁ ଏହି ଅଭିଯୋଗରେ ୫ରୁ ୮ ବର୍ଷ ଯାଏଁ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ । ଏଥିସହ ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡିପାରେ ।

Get real time updates directly on you device, subscribe now.