fbpx

ଏହି ରାଶିର ଜାତକଙ୍କ ପାଇଁ ଅକ୍ଷୟ ତୃତୀୟା ଅତ୍ୟନ୍ତ ଶୁଭ: ମିଳିବ ମା’ ଲକ୍ଷ୍ମୀଙ୍କ କୃପା!

ଅକ୍ଷୟ ତୃତୀୟାର ପର୍ବ ଅତ୍ୟନ୍ତ ଶୁଭ ହେବା ସହ ଏଥର ଗ୍ରହ ଓ ନକ୍ଷତ୍ରଗୁଡ଼ିକର ଦୁଲର୍ଭ ସ୍ଥିତି ଏହାକୁ ଅଧିକ ଖାସ୍ କରିଛି । ଚଳିତବର୍ଷ ଅକ୍ଷୟ ତୃତୀୟାରେ ପଞ୍ଚ ମହାଯୋଗ ହେଉଛି । ୪ ରାଶିର ଜାତକଙ୍କ ପାଇଁ ଏଭଳି ସ୍ଥିତି ଅତ୍ୟନ୍ତ ଶୁଭ ହେବ । ଏହି ରାଶିର ଲୋକଙ୍କ ପାଇଁ ଅକ୍ଷୟ ତୃତୀୟା ଖୁସିର ଉପହାର ଆଣିଦେବ । ସେମାନଙ୍କୁ ମା’ ଲକ୍ଷ୍ମୀଙ୍କ କୃପା ମିଳିବ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି…

ବୃଷ:-
ବୃଷ ରାଶିର ଲୋକଙ୍କ ପାଇଁ ଏହି ଅକ୍ଷୟ ତୃତୀୟା ବହୁତ ଖାସକ । ସେମାନଙ୍କର ଅନେକ ଅଟକିଯାଇଥିବା କାମ ସମାପ୍ତ ହେବ । କିଛି ବଡ଼ ଖୁସିଖବର ମିଳିପାରେ । ଯେଉଁ ଲୋକମାନେ ନୂଆ କାମର ଶୁଭାରମ୍ଭ କରୁଛନ୍ତି, ତାଙ୍କୁ ବହୁତ ଲାଭ ମିଳିବ । ଅଟକିଯାଇଥିବା ଟଙ୍କା ବି ମିଳିପାରେ ।

କର୍କଟ:-
କର୍କଟ ରାଶିର ଲୋକଙ୍କ ପାଇଁ ଅକ୍ଷୟ ତୃତୀୟା ବଡ଼ ସଫଳତା ଦେଇପାରେ । ସେମାନଙ୍କୁ ଭାଗ୍ୟ ସମର୍ଥନ କରିବ । ପଦୋନ୍ନତି- ଦରମା ବୃଦ୍ଧି ହୋଇପାରେ, ଯାହାକି ସେମାନଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର କରିପାରିବ । ଭ୍ରମଣରେ ବି ଯାଇପାରନ୍ତି ।

ଧନୁ:-
ଧନୁ ରାଶିର ଲୋକଙ୍କ ଅକ୍ଷୟ ତୃତୀୟା ବହୁତ ଶୁଭ ପ୍ରମାଣିତ ହେବ । ବର୍ତ୍ତମାନ ସୁଦ୍ଧା ଅଟକିଯାଇଥିବା କାମ ଏବେ ସମାପ୍ତ ହେବ । ଜୀବନରେ ସୁଖ-ସୁବିଧା ବଢ଼ିବ । ଧନ ଲାଭ ହେବାର ପ୍ରବଳ ଯୋଗ ରହିଛି ।

ମକର:-
ମକର ରାଶିର ଲୋକଙ୍କ ପାଇଁ ଏହି ଅକ୍ଷୟ ତୃତୀୟା ଚମକ୍ରାର ରହିବ । ସମସ୍ତ ପୁରୁଣଶ ସମସ୍ୟାରୁ ମୁକ୍ତି ପାଇବେ । ଶତ୍ରୁଙ୍କ ଉପରେ ବିଜୟ ପାଇବେ । ପ୍ରୋଫେସନାଲ ଓ ପର୍ସନାଲ ଉଭୟ ଲାଇଫରେ ସୁଖ ମିଳିବ ।

ତେବେ ଅକ୍ଷୟ ତୃତୀୟା ଦିନ ସପିଂ ପାଇଁ ବହୁତ ଶୁଭ । ଏହା ବ୍ୟତୀତ ଏହି ଦିନ ଦାନ ପାଇଁ ମଧ୍ୟ ବହୁତ ଶୁଭ ବୋଲି କୁହାଯାଏ । ତେଣୁ ନିଜର ସାମର୍ଥ୍ୟ ଅନୁସାରେ, ଗରିବ ଲୋକଙ୍କୁ ପୋଷାକ, ଖାଦ୍ୟ ଓ ଫଳ ଦାନ କର ।

Get real time updates directly on you device, subscribe now.