fbpx

ରୁଷ୍‌ର ଆଉ ୨ଟି ନୌକାକୁ ଧ୍ୱଂସ କଲା ୟୁକ୍ରେନ, ଜାରି କଲା ଭିଡିଓ…

କିଭ୍‌: ରୁଷ୍‌ର ପୁଣି ଦୁଇଟି ନୌକାକୁ ଡ୍ରୋନ୍‌ ମାଡ଼ କରି ଧ୍ୱସଂ କରିଦେଇଛି ୟୁକ୍ରେନ୍‌ । କଳା ସାଗରରେ ଥିବା ସ୍ନେକ ଦ୍ୱୀପପୁଞ୍ଜରେ ପାଟ୍ରୋଲିଂ କରୁଥିବା ରୁଷର ଦୁଇଟି ନୌକାକୁ ଉଡ଼ାଇ ଦେଇଛି ୟୁକ୍ରେନ । ଡ୍ରୋନ୍‌ ଦ୍ୱାରା ୟୁକ୍ରେନ ସେନା କରିଥିବା ହମଲାରେ ରୁଷର ଦୁଇଟି ଯାକ ଡଙ୍ଗା ଧ୍ୱଂସ ହୋଇଯିବା ସହ ପାଣିରେ ବୁଡ଼ିଯାଇଛି । ଏ ସମ୍ପର୍କରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୋଟିଏ ଭିଡିଓ ମଧ୍ୟ ଜାରି କରାଯାଇଛି । ଏଥିରେ ହମଲାରେ କେମିତି ଗୋଟିଏ ମିଲିଟାରୀ ଭେଇକିଲ୍‌ ଧ୍ୱଂସ ହୋଇଯାଇଛି, ତା’ର ଦୃଶ୍ୟ ରହିଛି ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରୁଷର ଦୁଇଟି ରାପଟୋର ବୋଟ୍‌ ଧ୍ୱଂସ ହୋଇଛି । ଆକାଶ ମାର୍ଗରୁ ଶୁଟିଂ ହୋଇଥିବା ଆକ୍ରମଣର ବେଳର କଳା ଧଲା ଭିଡିଓ ମଧ୍ୟ ମନ୍ତ୍ରଣାଳୟ ଜାରି କରିଛି । ଗୋଟିଏ ରାପଟୋର ବୋଟ୍‌ରେ ୩ ଜଣ କ୍ରୁ ଓ ୨୦ ଜଣ ବ୍ୟକ୍ତି ରହିାରିବେ । ଏହି ଡଙ୍ଗାରେ ପାଟ୍ରୋଲିଂ କରୁଥିବା ଯବାନମାନେ ମେସିନ ଗନ୍‌ ବ୍ୟବହାର କରନ୍ତି । ଏଥିସହ ଲ୍ୟାଣ୍ଡିଂ ଅପରେସନ ମଧ୍ୟ ରୁଷ ଏହି ଡଙ୍ଗାରେ କରୁଥିଲା । କିନ୍ତୁ ରୁଷ ସେନାକୁ ବଡ଼ କ୍ଷତି ସହିବାକୁ ପଡ଼ିଛି । ଏହାପୂର୍ବରୁ ଏପ୍ରିଲ ମାସରେ କଳା ସାଗରରେ ରୁଷର ଯୁଦ୍ଧ ଜାହାଜ ମୋସ୍କଭା ୟୁକ୍ରେନ ହମଲାରେ ବୁଡ଼ି ଯାଇଥିଲା ।

Get real time updates directly on you device, subscribe now.