fbpx

(Watch Video) ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ବାପା, ଥାନାରେ ମାମଲା…

ରାଉରକେଲା: ରକ୍ଷକ ସାଜିଲା ଭକ୍ଷକ । ବାପା ହୋଇ ଝିଅକୁ କଲା ଦୁଷ୍କର୍ମ ଉଦ୍ୟମ । ଏନେଇ ଅଭିଯୋଗ କରିବାରୁ ସ୍ତ୍ରୀକୁ ଫୋନରେ ଗାଳିଗୁଲଜ କଲା ଏହି ରାକ୍ଷସ ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ସହରରେ । ଘରେ ସ୍ତ୍ରୀ ନଥିବା ସମୟରେ ଅଭିଯୁକ୍ତ ବାପା ନିଜ ଝିଅ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଆଉ ଏହି ଘଟଣା ଜଣାପଡ଼ିବା ପରେ ସ୍ତ୍ରୀଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲା ଅଭିଯୁକ୍ତ । ତେବେ ଏହି ଘଟଣାକୁ ନେଇ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ନାବାଳିକାଙ୍କ ମା’ ।

ସୂଚନା ଅନୁଯାୟୀ, ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ମହିଳା । ଝିଅ ଜନ୍ମ ହେବାପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ ପୂର୍ବରୁ ବିବାହିତ । ଏହାପରେ ମହିଳା ଜଣକ ସ୍ୱାମୀଙ୍କୁ ଛାଡ଼ି ଉଦିତନଗର ଠାରେ ରହି ଆସୁଛନ୍ତି । ତେବେ ଗତ ମେ ମାସରେ ମହିଳା ଜଣକ କୌଣସି କାମରେ ବାହାରକୁ ଯାଇଥିବା ସମୟରେ ତାଙ୍କ ସ୍ୱାମୀ ଘରକୁ ଆସିଥିଲେ ଏବଂ ନାବାଳିକା ଝିଅ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ହେଲେ କୌଣସି ମତେ ନାବାଳିକା ନିଜକୁ ସମ୍ଭାଳି ରୁମ୍ ଭିତରେ ବନ୍ଦ କରିଥିଲେ । ଆଉ ଯେତେବେଳେ ମହିଳା ଜଣକ ଘରକୁ ଫେରିଲେ ଏହି ଘଟଣା ସମ୍ବନ୍ଧରେ ଜାଣିବା ପରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ମଧ୍ୟ ବ୍ୟକ୍ତି ଜଣକ ଫୋନରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ତେବେ ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.