fbpx

ବଡ଼ଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼

ଭୁବନେଶ୍ୱର, ୨୫ା୧୨(ଓଡ଼ିଶା ଭାସ୍କର): ଆଜି ବଡ଼ଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ଦେଖାଦେଇଛି । ଆଜି ନନ୍ଦନକାନନରେ ୨୯ହଜାର ୭୦୧ ଖଣ୍ଡ ଟିକେଟ ବିକ୍ରି ହୋଇଥିବା ସୂଚନା ମିଳିଛି । ଟିକେଟ ବିକ୍ରି ବାବଦ ୧୪ଲକ୍ଷ ୫୪ହଜାର ୬୪୦ଟଙ୍କା ରାଜସ୍ୱ ଆଦାୟ ହୋଇଛି । ଉଦ୍ଭିଦ ଉଦ୍ୟାନର ଟିକେଟ ବିକ୍ରି ହୋଇଛି ୪ହଜାର ୧ଖଣ୍ଡ । ଟିକେଟ ବିକ୍ରି ବାବଦ ରାଜସ୍ୱ ଆଦାୟ ୧ଲକ୍ଷ ୭୬ହଜାର ୫୪୦ଟଙ୍କା । ନନ୍ଦନକାନନରେ ବଡ଼ ଦିନରେ ପର୍ଯ୍ୟଟକଙ୍କ ଭିଡ଼ ଗତବର୍ଷ ତୁଳନାରେ କମିିଥିବା ଜଣାପଡ଼ିଛି । ଗତବର୍ଷ ତୁଳନାରେ ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିଛି ।

Get real time updates directly on you device, subscribe now.