fbpx

ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ଜଗାବଳିଆ

ପୁରୀ,୨୭/୧୧(ଓଡିଶା ଭାସ୍କର) : ଜଗନ୍ନାଥ ଓ ବଳଭଦ୍ରଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶର ନୀତିକାନ୍ତି ସମ୍ପର୍ଣ୍ଣ ହୋଇଛି । ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ବେଶ ଶେଷ ହୋଇଛି । ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ । ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି ଜଗାବଳିଆ । ଜଗନ୍ନାଥ ଓ ବଳଭଦ୍ର ବୀର ବେଶରେ ସଜ୍ଜିତ ହୋଇଛନ୍ତି । ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ଜଗାବଳିଆ ସଜ୍ଜିତ ହୋଇଛନ୍ତି । ଦୁଇ ଠାକୁରଙ୍କ ମସ୍ତକରେ ଶୋଭିତ ହେଉଛି ହାଣ୍ଡିଆ ।

ତେବେ ଭୋର ୨ଟା ୪୫ରେ ଦ୍ୱାର ଫିଟା, ୩ଟା ୨୫ରେ ଭିତର ଶୋଧ, ଭୋର ୩ଟା ୩୫ରେ ମଙ୍ଗଳ ଆଳତୀ, ୩ଟା ୪୦ରେ ମଇଲମ , ଭୋର ୪ଟାରେ ତଡପ ଲାଗି ନୀତି ଅନୁଷ୍ଠିତ ହୋଇ ସାରିଛି। ୪ଟା ୧୦ରେ ଶ୍ରୀମନ୍ଦିରକୁ ବିଜେ ହେବା ସହ ୪ଟା ୩୫ରେ ଅବକାଶ ପୂଜା ଶେଷ ହୋଇଛି । ବଡ଼ ଠାକୁରଙ୍କ ନାଗାର୍ଜୁନ ବେଶ ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି ବୋଲି ଜଣାପଡ଼ିଛି।

କିନ୍ତୁ ଚଳିତ ବର୍ଷ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ଦର୍ଶନ ବାରଣ କରାଯାଇଛି ।

Get real time updates directly on you device, subscribe now.