fbpx

BullDozer ଆକ୍ସନ ତାଲିକାରେ ନାଗାର୍ଜୁନ: କନଭେନସନ୍ ହଲକୁ ଭାଙ୍ଗିଲା ବୁଲଡୋଜର

ମୁମ୍ବାଇ: ବଲିଉଡ ତଥା ସାଉଥ ସିନେମାର ଲୋକପ୍ରିୟ ଅଭିନେତା ନାଗାର୍ଜୁନଙ୍କ ଉପରେ ପଡ଼ିଛି ବିପଦ । ଅଭିନେତାଙ୍କ ଏନ କନଭେନ୍ସନ୍ ସେଣ୍ଟରକୁ ବୁଲଡୋଜରରେ ଭଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସ୍ଥାନୀୟ ଜଳାଶୟ, ତମ୍ମିଡି ଚେରେଭ ଉପରେ କବଜା କରି ଏହି କନଭେନସନ୍ ସେଣ୍ଟରକୁ ଅବୈଧ ଭାବରେ ନିର୍ମାଣ କରିଥିବା ନେଇ ନାଗାର୍ଜୁନଙ୍କ ବିରୋଧରେ ଅଭିଯୋଗ ହୋଇଛି ।

ଏ ମାମଲା ନେଇ ଅଭିଯୋଗ ହେବା ପରେ ହାଇଦ୍ରାବାଦ ନଗର ନିଗମର ଅଧିକାରୀ ମାମଲା ତଦନ୍ତ ଆରମ୍ଭ କରିଥିଲେ । ସାଢେ ୩ଏକର ଜମି ଉପରେ କବଜା କରି ଏହି ସେଣ୍ଟର ନିର୍ମାଣ ହୋଇଥିବା ଅଭିଯୋଗ କରାଯାଇଥିଲା । ତେବେ ଏହି ଜମି ଏକ ଜଳାଶୟର ହୋଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ୧୦ ଏକର ଭୂଖଣ୍ଡରେ ନିର୍ମାଣ କରାଯାଇଥିବା ଏନ. କନଭେନସନ୍ ସେଣ୍ଟର ଉପରେ ଦୀର୍ଘ ବର୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

ସହରର ମାଧାପୁର ଅଞ୍ଚଳରେ ଥମ୍ମିଡିକୁଣ୍ଟା ଜଳାଶୟର ଫୁଲ ଟ୍ୟାଙ୍କ ଲେବୁଲ(FTL) ଅଞ୍ଚଳ ଏବଂ ବଫର୍ ଜୋନ ଭିତରେ ଅବୈଧ ନିର୍ମାଣକାର୍ଯ୍ୟକୁ ନେଇ ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନର୍ଥ ଟ୍ୟାଙ୍କ ଡିଭିିଜନ୍ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦେଇଥିବା ରେକର୍ଡ ଅନୁସାରେ, ଥମ୍ମିଡିକୁଣ୍ଟା ଜଳାଶୟର ଏଫଟିଏଲ ମୋଟ ୧.୧୨ ଏକରରେ ଅବସ୍ଥିତ ଏବଂ ବଫର ଭିତରେ ପ୍ରାୟ ଅଧିକ ୨ ଏକର ଜମି ଉପରେ କବଜା କରି ଏହି ସେର୍ଟର ନିର୍ମାଣ କରିଛନ୍ତି ନାଗାର୍ଜୁନ ।

ଅଭିଯୋଗକାରୀ ଭାସ୍କର ରେଡ୍ଡୀ ଜଳାଶୟର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ହାଇଡ୍ରା ଅଧିକାରୀଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। ଏହାପରେ ପୋଲିସ କର୍ମଚାରୀ ନିୟୋଜିତ କରି ଏନ କନଭେନସନ୍ ସେଣ୍ଟରକୁ ଭାଙ୍ଗି ଦିଆଯାଉଛି। କନଭେନସନ୍ ସେଣ୍ଟରକୁ ଯାଉଥିବା ସମସ୍ତ ରାସ୍ତା ବର୍ତ୍ତମାନ ବନ୍ଦ ଥିବା ବେଳେ ଲୋକଙ୍କୁ ସାଇଟ୍ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇ ନାହିଁ ।

Get real time updates directly on you device, subscribe now.