fbpx

ଗଣଦୁଷ୍କର୍ମର ନାଟକ କଲା ୧୯ ବର୍ଷର ଯୁବତୀ: ୧୦୦୦ ପୋଲିସଙ୍କ ତଦନ୍ତ ପରେ ଜଣାପଡିଲା ରହସ୍ୟ, ସତ ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ନାଗପୁରର ଜଣେ ୧୯ ବର୍ଷୀୟା ମହିଳା ନିଜର ଗଣଦୁଷ୍କର୍ମର ନାଟକ ରଚିଥିଲେ । ଏପରିକି ଏହି ମାମଲା ପାଇଁ ପୁରା ନାଗପୁର ସହରର ୧୦୦୦ ପୋଲିସ ଅଫିସର ପୁର ଦିନ ନାକେଦମ ହୋଇଥିଲେ । ସୋମବାର ମହିଳା ଜଣଙ୍କ ଗଣଦୁଷ୍କର୍ମ ଅଭିଯୋଗ ଆଣିବା ପରେ ନାଗପୁର କମିଶନର ଅମିତେଶ କୁମାର ଏବଂ ଅନ୍ୟାନ୍ୟ ସିନିଅର ଅଫିସର ଏହାର ତଦନ୍ତରେ ଲାଗିଥିଲେ । ଏକ ଧଳାରଙ୍ଗର ଭ୍ୟାନରେ ଦୁଇ ଜଣ ବ୍ୟକ୍ତି ତାଙ୍କ ସହିତ ଗଣଦୁଷ୍କର୍ମ କରିଥିବା ନେଇ ପୀଡିତା ଅଭିଯୋଗ କରିଥିଲେ । ଚିଖାଲି ଏରିଆରେ ଏହି ଘଟଣା ଘଟିଥିଲା । ମ୍ୟୁଜିକ କ୍ଲାସକୁ ଯିବା ସମୟରେ ଏହି ଘଟଣା ଘଟିଥିଲା ବୋଲି ମହିଳା ଜଣଙ୍କ କହିଥିଲେ ।

ଘଟଣାକୁ ଗମ୍ଭୀରତାର ସହିତ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଯୁବତୀ ଜଣଙ୍କ କହିଥିବା ସ୍ଥାନ ଗୁଡିକରେ ପୋଲିସ ଚେକିଂ କରିଥିଲା । ୧୦୦୦ ଜଣ ପୋଲିସ ଅଧିକାରୀଙ୍କୁ ୪୦ଟି ଟିମରେ ବିଭକ୍ତ କରି ପୋଲିସ ତଦନ୍ତ କରିଥିଲା । ପ୍ରାୟ ୨୫୦ ସିସିଟିଭି ଫୁଟେଜ ଚେକ୍ କରିବା ପରେ ମହିଳା ଜଣଙ୍କ ମିଛ କହୁଥିବା ଜଣା ପଡିଥିଲା । ନିଜ ବୟଫ୍ରେଣ୍ଡକୁ ବିବାହ କରିବା ପାଇଁ ସେ ଏହି କାହାଣୀ ରଚିଥିଲେ ବୋଲି ଯୁବତୀ ଜଣଙ୍କ ସ୍ୱୀକାର ମଧ୍ୟ କରିଥିଲେ ।

Get real time updates directly on you device, subscribe now.