ଭଦ୍ରକ : ମଦ ନିଶାରେ ସ୍ୱାମୀ ଉଜାଡି ଦେଲା ପୁରା ପରିବାର । ତଣ୍ଟିଚିପି ସ୍ତ୍ରୀ ଓ ପୁଅକୁ କଲା ହତ୍ୟା । ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସୁଛି । ଜଣେ ସ୍ୱାମୀ ମଦ ନିଶାରେ ନିଜ ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କରିଥିବା ସୂଚନା ମିଳିଛି । ଏଭଳି ପରିସ୍ଥିତି ଘରୋଇ କଳହରୁ ହୋଇଛି ବୋଲି ମନେ କରାଯାଉଛି ।
ସୂଚନା ଅନୁସାରେ : ରବିବାର ବିଳମ୍ବିତ ରାତ୍ରିରେ ଉମେଶ ନିଜ ସ୍ତ୍ରୀ କାଞ୍ଚନ ଓ ୫ ବର୍ଷର ପୁଅ ଉତ୍କଳ ଶୋଇଥିବା ବେଳେ ତାଙ୍କ ତଣ୍ଟି ଚିପି ହତ୍ୟା କରି ଫେରାର ହୋଇ ଯାଇଥିଲା । ହତ୍ୟା କରିବା ପରେ ଗାଁ ପାଖ ଏକ ଗଛ ଉପରେ ଚଢ଼ି ଲୁଚିଥିଲା ନୃସଂଶ ସ୍ୱାମୀ । ତେବେ ଏହି ଖବର ସକାଳୁ ଜଣା ପଡିବା ପରେ ଗାଁଲୋକେ ପୋଲିସକୁ ଖବର ଦେବା ସହିତ ଫେରାର ଉମେଶକୁ ଖୋଜିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, ଉମଶେ ଘରୁ ଶବକୁ ଉଦ୍ଧାର କରିବା ସମୟରେ ପୋଲିସ ହେଖିଲା ଯେ, ଫ୍ୟାନରେ ଏକ ଶାଢ଼ୀ ଝୁଲୁଛି । ସ୍ୱାମୀ ଜଣକ ମା-ପୁଅଙ୍କୁ ମାରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଏଭଳି ଉପାୟ କରିଥିବା ଜଣାପଡିଛି।
ପରବର୍ତ୍ତୀ ସମୟରେ ଗାଁ ଲୋକେ ଗଛ ଉପରେ ଚଢ଼ି ଲୁଚିଥିବା ଉମେଶକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ପ୍ରାୟ ସମୟରେ ସ୍ୱାମୀ ମଦ୍ୟପାନ କରି ସ୍ତ୍ରୀ ଓ ପୁଅକୁ ମାରଧର କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।