ପ୍ରତି ମାସରେ ଗୋଟିଏ କିମ୍ବା ଦୁଇଥର ଖବର ଆସେ ଯେ କୌଣସି ଉଲକା ପିଣ୍ଡ କିମ୍ବା ଆଷ୍ଟରଏଡ ପୃଥିବୀ ଆଡ଼କୁ ଆସୁଛି । କେତେବେଳେ ଏହା ଦୂରରୁ ତ’ ପୁଣି କେତେବେଳେ ପୃଥିବୀର ନିକଟବର୍ତ୍ତୀ ହୋଇ ଅତିକ୍ରମ କରିଥାଏ । ପ୍ରକୃତରେ ଏହି କ୍ଷୁଦ୍ରଗ୍ରହ ବା ଆଷ୍ଟରଏଡ ପୃଥିବୀ ପାଇଁ ଅସଲି ବିପଦ । ଯଦି କୌଣସି ଆଷ୍ଟରଏଡ ପୃଥିବୀ ଆଡ଼କୁ ଆସୁଛି ଏବଂ ତାହାର ଦିଗ ପରିବର୍ତ୍ତନ ହେଉନାହିଁ, ତେବେ ପ୍ରଳୟ ନିଶ୍ଚିତ । ଏହିଭଳି ଆଷ୍ଟରଏଡକୁ ଦୂରରେ ରଖିବା ପାଇଁ କିମ୍ବା ତାହାର ଗତି ବଦଳାଇବା ପାଇଁ ନାସା ଗତ ବର୍ଷ DART ମିଶନ ଲଞ୍ଚ କରିଥିଲା । ଆସନ୍ତା ମାସ ୨୬ ତାରିଖରେ ଏହି ମିଶନ ଏକ ଆଷ୍ଟରଏଡ୍ ସହ ବାଡ଼େଇ ହୋଇ ତାହାର ଦିଗ ବଦଳାଇବ ।
ପୃଥିବୀକୁ ଆଷ୍ଟରଏଡ ମାଡ଼ ହେବାରୁ ବଞ୍ଚାଇବା ପାଇଁ ଏହି ସ୍ପେସକ୍ରାଫ୍ଟ ସୁଦୂର ଅନ୍ତରୀକ୍ଷରେ ବୁଲୁଥିବା ଆଷ୍ଟରଏଡ ସହ ବାଡ଼େଇହେବ । ଏହାର ଉଦ୍ଦେଶ୍ୟ କେବଳ ଏହା ଜାଣିବା ହେଉଛି ଯେ ଏହାଦ୍ୱାରା ଆଷ୍ଟରଏଡର ଦିଗରେ ପରିବର୍ତ୍ତନ ହେଉଛି କି ନାହିଁ । ଏହି ସ୍ପେସକ୍ରାଫ୍ଟ ଆଷ୍ଟରଏଡ ସହ ୨୩,୭୬୦ କିଲୋମିଟର ପ୍ରତିଘଣ୍ଟାର ଗତିରେ ଧକ୍କା ହେବ । ଏହାପରେ ପରେ କ’ଣ ପରିବର୍ତ୍ତନ ହେଉଛି ସେସବୁକୁ ରେକର୍ଡ କରାଯିବ ।
ନାସାର ଡାର୍ଟ ଏୟାରକ୍ରାଫ୍ଟ ଯେଉଁ ଆଷ୍ଟରଏଡରେ ବାଡ଼େଇ ହେବ ତାହାର ନାମ Didymos ରହିଛି । ଏହି ମିଶନର ନାମ ଡବଲ ଆଷ୍ଟରଏଡ ରିଡାଇରେକ୍ସନ ଟେଷ୍ଟ(DART) । କାଇନେଟିକ୍ ଇମ୍ପାକ୍ଟର ଟେକନିକ୍ ର ଉପଯୋଗ କରି ଏହି କାମ କରାଯିବ । ଏହି ଟେକନିକ୍ ଏଥିପାଇଁ ବିକଶିତ କରାଯାଇଛି ଯେପରି ପୃଥିବୀ ଆଡ଼କୁ ଆସୁଥିବା ଆଷ୍ଟରଏଡ୍ ଠାରୁ ସ୍ପେସକ୍ରାଫ୍ଟକୁ ଧକ୍କା କରାଯିବ ଏବଂ ତାହାର ଦିଗ ପରିବର୍ତ୍ତନ କରାଯିବ ।
ତେବେ ଡିଡିମୋସ ଆଷ୍ଟରଏଡର ବ୍ୟାସ ୨୬୦୦ କିମି ହିଛି । ଏହାର ଚାରିପାଖରେ ଚନ୍ଦ୍ରମା ଭଳି ଗୋଲ ଗୋଲ ବୁଲୁଥିବା ଏକ ଛୋଟ ପଥର ମଧ୍ୟ ରହିଛି । ଏହାର ନାମ DIMORPHOS ରହିଛି, ଡାର୍ଟକୁ ଏହା ସହ ହିଁ ଧକ୍କା କରାଯିବ । ଏହାର ବ୍ୟାସ ୫୨୫ ଫିଟ୍ ରହିଛି । ନାସା ଏହି ଛୋଟ ପଥରକୁ ଟାର୍ଗେଟ କରିବ । ଏହା ପରେ ଉଭୟର ଗତିବିଧି ରେ ହେବାକୁ ଥିବା ପରିବର୍ତ୍ତନର ଅଧ୍ୟୟନ ପାଇଁ ଟେଲିସ୍କୋପ ଦ୍ୱାରା କରାଯିବ । ଡାର୍ଟ ସ୍ପେସକ୍ରାଫ୍ଟ ଉପରେ ନଜର ରଖିବା ପାଇଁ ଏହା ସାଙ୍ଗରେ ହିଁ ଇଟାଲିୟନ ସ୍ପେସ ଏଜେନ୍ସୀର ଲାଇଟ ଇଟାଲିୟନ କ୍ୟୁବମେଟ୍ ଫର ଇମେଜିଙ୍ଗ ଆଷ୍ଟରଏଡ୍ (LICIACube) କୁ ପଠାଯାଇଛି । ଏହା ମାଡ଼ ସମୟରେ ଆଷ୍ଟରଏଡ ପାଖ ଦେଇ ଗତିକରିବ ଯେମିତି ଏହାର ଫଟୋ ନେଇପାରିବ ।
ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ ନାସା ପୃଥିବୀ ନିକଟ ଦେଇ ଯାଇଥିବା ୮୦୦୦ ପଥର ଅଧିକ ବସ୍ତୁର ରେକର୍ଡ କରିଛି ।
Have you ever been scared of news of asteroids hurtling toward Earth? Well, things are about to change for good as NASA's 'Double Asteroid Redirection Test' or DART is set to deflect an asteroid on September 26. Here are more details. https://t.co/EJcBsnhJOe pic.twitter.com/U009xdhphp
— NewsBytes (@NewsBytesApp) August 13, 2022