fbpx

ମଙ୍ଗଳ କେବଳ ଲାଲ୍ ନୁହେଁ ବରଂ ଏହା ବିଭିନ୍ନ ରଙ୍ଗର ସମାହାର, ନାସା ଜାରି କଲା ଫଟୋ

ନ୍ୟୁୟର୍କ, ୧୨ା୪ (ଓଡିଶା ଭାସ୍କର) : ସୌର ମଣ୍ଡଳରେ ୮ଟି ଗ୍ରହ ରହିଛି । ସେଥିମଧ୍ୟରୁ ଲାଲ୍ ଗ୍ରହ କହିଲେ ଆମେ ଜାଣୁ ମଙ୍ଗଳ ଗ୍ରହକୁ । ହେଲେ ନାସା ପକ୍ଷରୁ ରବିବାର ଦିନ ମଙ୍ଗଳ ଗ୍ରହ ପୃଷ୍ଠର କିଛି ଫଟୋ ସେୟାର କରାଯାଇଛି । ଯାହା ବେଶ୍ ଆକର୍ଷଣୀୟ ଦିଶୁଛି । ସେହି ଫଟୋରେ ମଙ୍ଗଳ ଗ୍ରହରେ କିଛି ନୀଳ ରଙ୍ଗ ଦେଖାଯାଉଛି । ଯାହା ସେଠାରେ ବରଫ ଥିବା ଦର୍ଶାଉଛି । ଖାଲି ସେତିକି ନୁହେଁ ବରଫ ଉପରେ ହଳଦିଆ ରଙ୍ଗର ପରସ୍ତ ରହିଛି । ତେବେ ନାସା ପକ୍ଷରୁ ଏହି ସବୁ ଫଟୋ ସେୟାର କରିବାର କାରଣ ହେଲା ମଙ୍ଗଳ କକ୍ଷରେ ଅର୍ବିଟର୍ ଓଡିସି ମହାକାଶରେ ୨୦ ବର୍ଷ ପୁରା କରିଛି ।


ତେବେ ଫଟୋରୁ ଏହା ସ୍ପଷ୍ଟ ହୋଇଛି ଯେ, ମଙ୍ଗଳ ଗ୍ରହରେ ବରଫ ରହିଛି ଏବଂ ତାହା ସମ୍ପୂର୍ଣ୍ଣ ଲାଲ୍ ନୁହେଁ । ଏଥିରେ ବିଭିନ୍ନ ପ୍ରକାର ରଙ୍ଗ ରହିଛି । ସେୟାର ହୋଇଥିବା ଫଟୋରେ କିଛି କିଛି ସ୍ଥାନରେ ବରଫର ଗର୍ତ୍ତ ହୋଇଥିବା ଦୃଶ୍ୟମାନ ହେଉଛି । ଆଉ କିଛି ଜାଗାରେ ବରଫ ସ୍ପଷ୍ଟ ଦେଖାଯାଉଥିବା ବେଳେ କିଛି ଜାଗାରେ ବରଫ ଉପରେ ହଳଦିଆ ରଙ୍ଗର ବାଲି ଭରିଥିବା ଦେଖିବାକୁ ମିଳିଛି । ତେବେ ନାସା ଏହି ଫଟୋ ସବୁକୁ ଉତ୍ତର ମେରୁ ପଟରୁ ଉଠାଇଛି । ଯେଉଁ ଫଟୋ ନାସା ଜାରି କରିଛି, ସେଥିରେ ପ୍ରାୟ ୩୦ କିମିର ପାହାଡ ଆକୃତିର କିଛି ଦେଖାଯାଇଛି ।

ଯାହା ସୁଚନା ରହିଛି, ମାର୍ସ ଅର୍ବିଟର୍ ଓଡିସି ଏପ୍ରିଲ୍ ୭, ୨୦୦୧ରେ ମଙ୍ଗଳ ଗ୍ର୍ରହକୁ ଯାଇଥିଲା । ସେଠାରୁ ହିଁ ଏହି ସବୁ ଫଟୋ ପଠାଯାଇଛି । ଆଉ ପଠାଯାଇଥିବା ସୁଚନା ଅନୁସାରେ ବୈଜ୍ଞାନିକ ମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ତେବେ ଫଟୋ ସବୁରୁ ନାସା ବୈଜ୍ଞାନିକ ମାନେ ସ୍ପଷ୍ଟ ଯେ, ମଙ୍ଗଳ କେବଳ ଲାଲ୍ ନୁହେଁ ବରଂ ବିଭିନ୍ନ ରଙ୍ଗର ସମଷ୍ଟି ।

ଏହା ପୁର୍ବରୁ ମଧ୍ୟ କିଛି ଫଟୋ ପଠାଯାଇଥିଲା । ଯେଉଁଥିରେ ସବୁଜ ରଙ୍ଗର ପଥର ଆକୃତିର କିଛି ଦେଖିବାକୁ ମିଳିଥିଲା । ତାକୁ ଦେଖିଲାପରେ କିଛି ଜଣ କହିଥିଲେ ଏହା ଏକ ଉଲକା ପିଣ୍ଡ । ହେଲେ କିଛି ସ୍ପଷ୍ଟ ହୋଇପାରି ନଥିଲା । ତେବେ ଏସବୁ ଉପରେ ବୈଜ୍ଞାନିକ ମାନେ ଗବେଷଣା କରୁଛନ୍ତି ।

Get real time updates directly on you device, subscribe now.