fbpx
BSKY SKY
BSKY SKY

ସରକାରୀ କାର୍ଯ୍ୟାଳୟ ଆସିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ମନା

BSKY

ଗଞ୍ଜାମ ୧୨ା୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦୃତ ଗତିରେ ବଢୁଥିବା କରୋନାକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯିବା ସହ ଗାଇଡ଼ଲାଇନ୍ ଜାରି କରାଯାଇଛି । ଅତି ଆବଶ୍ୟକ ନଥିଲେ ସରକାରୀ କାର୍ଯ୍ୟାଳୟ ନ ଆସିବକୁ ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ମନା ହୋଇଛି । ଦରକାର ହେଲେ ସରକାରୀ କାର୍ଯ୍ୟ ପାଇଁ ହେଲପଲାଇନ୍ ନମ୍ବରରେ ଯୋଗାଯୋଗ କରିବାକୁ ପ୍ରଶାସନ ଅନୁରୋଧ କରିଛି । ଏହାସହ ସରକାରୀ କାର୍ଯ୍ୟାଳୟକୁ ଗଲାବଳେ କୋଭିଡ଼୍ ନିୟମ ମାନିବା ପାଇଁ କୁହାଯାଇଛି । ସୂଚନା ଅନୁସାରେ କରୋନା ଯୋଗୁ ବିନା ଭକ୍ତରେ ମାଆ ବୁଢିି ଠାକୁରାଣୀଙ୍କ ଯାତ୍ରା ଶେଷ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ସେହିପରି ଗୋପଳପୁର ଓ ସୋନପୁର ବେଳାଭୂମି ଶନିବାର ଏବଂ ରବିବାର ଦୁଇ ଦିନ ବନ୍ଦ ରଖିବା ସହ ରାମେଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ହ୍ରଦ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ରହିଛି ।

Get real time updates directly on you device, subscribe now.