fbpx

ସୁଶୀଲ ଚନ୍ଦ୍ରା ହେବେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ, ୧୨ା୪: ସୁଶୀଲ ଚନ୍ଦ୍ରା ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ହେବେ । ସୁଶୀଲଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଅନୁମୋଦନ ପ୍ରଦାନ କରିସାରିଛନ୍ତି । ତେବେ ସିଇସିଙ୍କ ନିଯୁକ୍ତି ନେଇ ଆଜି ସରକାରଙ୍କ ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ ପାଇବ । ସଂପ୍ରତି ସିଇସି ଦାୟିତ୍ୱରେ ଥିବା ସୁନୀଲ ଅରୋଡ଼ାଙ୍କର ଆଜି ହେଉଛି ଶେଷ ଦିବସ । ଆସନ୍ତାକାଲି ଠାରୁ ସୁଶୀଲ ଚନ୍ଦ୍ରା ଦାୟିତ୍ୱ ଗ୍ରହଣ କରିବା ସହ ୨୦୨୨ ମସିହା ମେ ମାସ ୧୪ ତାରିଖ ପର୍ଯ୍ୟନ୍ତ ସେ ପଦରେ ରହିବେ ।ସୂଚନାଯୋଗ୍ୟ ଯେ, ପୂର୍ବରୁ ୨୦୧୯ ମସିହା  ଫେବୃଆରୀ ୧୪ରେ ସୁଶୀଲଙ୍କୁ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା । ନିର୍ବାଚନ ଆୟୋଗର କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ସୁଶୀଲ କେନ୍ଦ୍ରୀୟ ପ୍ରତ୍ୟେକ୍ଷ ଟିକସ ବୋର୍ଡର ଅଧ୍ୟକ୍ଷ ଥିଲେ । ସେ ୧୯୮୦ ମସିହାର ଆଇପିଏସ ଅଫିସର । ସେ ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ ଓ ମହରାଷ୍ଟ୍ର ଭଳି ରାଜ୍ୟମାନଙ୍କରେ ଭିନ୍ନ ଭିନ୍ନ ପଦରେ ରହି କାର୍ଯ୍ୟ କରିସାରିଛନ୍ତି ।

Get real time updates directly on you device, subscribe now.