fbpx

ଜାତୀୟ ଶିକ୍ଷା ଦିବସରେ ଚିତ୍ରକଳା ଜରିଆରେ ସଚେତନତା ବାର୍ତ୍ତା: ହଟିବ ଶିଶୁ ଶ୍ରମିକ ପ୍ରଥା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଶିକ୍ଷା ସମସ୍ତଙ୍କ ମୌଳିକ ଅଧିକାର । ଏପରି ଅଧିକାରରୁ ଯେମିତି କେହି ବଞ୍ଚିତ ନ ହୁଅନ୍ତି ସେମିତି ଏକ ସଚେତନତାର ପ୍ରୟାସ କରିଛନ୍ତି କଳାକାର ପ୍ରିୟଙ୍କା ସାହାଣୀ । ଚିତ୍ରକଳା ଜରିଆରେ ଜାତୀୟ ଶିକ୍ଷା ଦିବସର ଅବସରରେ ଏମିତି ଏକ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି କଳାକାର ପ୍ରିୟଙ୍କା । ଶିଶୁ ଶ୍ରମିକ ବା ଚାଇଲ୍ଡ ଲେବର ପ୍ରଥା ଉଚ୍ଛେଦ କରିବା ପାଇଁ ଏହି କଳାକୃତ୍ ଜରିଆରେ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି ପ୍ରିୟଙ୍କା ।
ଶିକ୍ଷା ଏକ ମୌଳିକ ଅଧିକାର ହୋଇଥିବା ବେଳେ କେହି ଲାପଟପ ବା ସ୍ମାର୍ଟଫୋନ ଜରିଆରେ ଶିକ୍ଷା ହାସଲ କରୁଛନ୍ତି । ମାତ୍ର ଅନ୍ୟ ଏକ ଦିଗ ହେଉଛି ଖାଇବା ବିନା କିଛି ଶିଶୁ ବାଳ ଶ୍ରମିକ ଭାବରେ କାମ କରୁଛନ୍ତି । ଏହି ତାରତମ୍ୟକୁ ଦୂର କରିବା ପାଇଁ କାର୍ଡବୋର୍ଡ ଜରିଆରେ ଏକ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । ଫ୍ରିଜ କଭରର କାର୍ଡବୋର୍ଡ ଜରିଆରେ ଏହି ଚମକ୍ରାର ଚିତ୍ର ଆଙ୍କିଛନ୍ତି ପ୍ରିୟଙ୍କା ।

Get real time updates directly on you device, subscribe now.