fbpx

ସବୁଜିମାରେ ଭରିଯିବ ଦେଶର ରାଜରାସ୍ତା: MiyaWaki Plantation ଟେକନିକରେ ଗଛ ଲଗାଇବ ଏନଏଚଏଆଇ

Advertisement

ନୂଆଦିଲ୍ଲୀ: ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଗତ କିଛି ଦିନରୁ ପ୍ରବଳ ତାତି ଏବଂ ଅସହ୍ୟ ଗରମ ଅନୁଭୂତ ହେଉଛି । ପ୍ରଚଣ୍ଡ ରୌଦ୍ରତାପରୁ ମୁକ୍ତି ପାଇବା ପାଇଁ ଗୋଟିଏ ବି ସ୍ଥାନ ଖୋଜି ପାଉନାହାନ୍ତି ସ୍ଥାନୀୟ ଲୋକେ । ତେବେ ବିଶେଷ କରି ରାଜରାସ୍ତାରେ ଦୂରଯାତ୍ରା କରିବା ସମୟରେ ଖରାର ପ୍ରକୋପ ଅଧିକ ସହିବାକୁ ପଡ଼ୁଛି । କାରଣ ରାଜରାସ୍ତାରେ ଦୂର ଦୂରାନ୍ତ ପର୍ଯ୍ୟନ୍ତ କେଉଁଠି ବି ଗେଟିଏ ଗଛ ଦେଖିବାକୁ ମିଳେ ନାହିଁ । କିନ୍ତୁ ବର୍ତ୍ତମାନ ଏହାର ସମାଧାନ ଖୋଜି ବାହାର କରିଛି ଏନଏଚଏଆଇ । ରାଜରାସ୍ତାକୁ ସବୁଜିମାରେ ଭରିଦେବା ପାଇଁ ଘୋଷଣା ହୋଇଯାଇଛି । ମିୟାବାକି ଟେକନିକରେ ଦିଲ୍ଲୀ NCR ସମେତ ରାଜରାସ୍ତାର କଡ଼ରେ ବିଭିନ୍ନ ଅଞ୍ଚଳର ମୋଟ ୫୩ ଏକର ଜମିରେ ଗଛ ଲଗାଇବାକୁ ନିଷ୍ପତ୍ତି ନେଇଛି NHAI ।

ସଡ଼କ ଏବଂ ପରିବହନ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ, ରାଷ୍ଟ୍ରୀୟ ରାଜମାର୍ଗକୁ ଏକ ‘ଗ୍ରୀନ କଭର’ ଦେବା ପାଇଁ ଏହି ପଦକ୍ଷେପ ନିଆଯିବ । ଏଥିପାଇଁ ମିୟାବାକି ପ୍ଲାଣ୍ଟେସନ୍ ଟେକନିକ ବ୍ୟବହାର କରିବା ସହିତ ରାଜମାର୍ଗର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବ NHAI। ଅନେକ ଗୁଡ଼ିଏ ହାଇୱେରେ ବୃକ୍ଷରୋପଣ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ରାଜରାସ୍ତା ମଧ୍ୟ ରହିଛି । ଦ୍ୱାରକା ଏକ୍ସପ୍ରେସୱେର ହରିୟାଣାରେ ୪.୭ ଏକର ଜମି ସାମିଲ ରହିଛି । ଏହାବ୍ୟତୀତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଦିଲ୍ଲୀ-ବେଡାଦରା ଅଞ୍ଚଳରେ ସୋହନା ନିକଟସ୍ଥ ମଧ୍ୟ ୪.୧ ଏକର ଜମିରେ ମଧ୍ୟ ଗଛ ଲଗାଇବ NHAI। ହରିୟାଣାରେ ଅମ୍ବାଲା କୋଟପୁତଲୀ କରିଡରରେ NH-152Dର ଛବରି ଏବଂ ଖରଖରା ଇଣ୍ଟରଜେଣ୍ଟରେ ୫-୫ ଏକର ଅଞ୍ଚଳରେ ମିୟାବାକି ଟେକନିକରେ ବୃକ୍ଷରୋପଣ କରାଯିବା ନେଇ ଯୋଜନା କରାଯାଉଛି ।

NH-709B ସାମଲୀ ବାଇପାସ୍ ନିକଟସ୍ଥ ୧୨ ଏକର ଜମି, ଗଜିଆବାଦପରେ ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସୱେରେ ଦୁହାଇ ଇଣ୍ଟରଜେଣ୍ଟ ନିକଟସ୍ଥ ୯.୨ ଏକର ଜମି ସବୁଜିମାରେ ଭରିଯିବ । ଉତ୍ତରପ୍ରଦେଶରେ NH-34ର ମେରଠ-ନିଜାମାବାଦ ଅଞ୍ଚଳରେ ମଧ୍ୟ ୫.୬ ଏକରରେ ବୃକ୍ଷରୋପଣ କରାଯିବ । ରାଷ୍ଟ୍ରୀୟ ରାଜମାର୍ଗ ନିକଟରେ ଏହି ଟେକନିକ ଦ୍ୱାରା ଏକ ସବୁଜ ପଟି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆସନ୍ତା ବର୍ଷା ସିଜନରେ ଏହିସବୁ ସ୍ଥାନରେ ଗଛଲତା ଲଗାଯିବ । ଚଳିତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ଏହାକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.