fbpx

King Charles III ଙ୍କ ରାଜ୍ୟାଭିଷେକରେ ସାମିଲ ହେବେ ଉପରାଷ୍ଟ୍ରପତି ଧନଖଡ଼; ସୋନାମ କପୁରଙ୍କ ସମେତ ଅନେକ ଭାରତୀୟମାନେ ହେବେ ସାମିଲ

ନୂଆଦିଲ୍ଲୀ: ବ୍ରିଟେନର ନୂତନ ଶାସକ ଭାବେ ଆଜି ରାଜା ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ ହେବାକୁ ଯାଉଛି। ତେବେ ଆଜିର ଏହି ରାଜକୀୟ କାର୍ଯ୍ୟକ୍ରମରେ ୧୦୦ ରାଜ୍ୟ ମୁଖ୍ୟ, ରାଜ ପରିବାର ଏବଂ ବହୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ମଧ୍ୟ ରାଜା ଚାର୍ଲ୍ସଙ୍କ ଶପଥ ଗ୍ରହଣ ଉତ୍ସବରେ ନିମନ୍ତ୍ରଣ କରାଯାଇଛି। ରାଜା ଚାର୍ଲ୍ସଙ୍କ ଶପଥ ଗ୍ରହଣ ସମାରୋହରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସମେତ ଅନେକ ସେଲିବ୍ରିଟି ମଧ୍ୟ ଏହି ସମାରୋହର ସାମିଲ ରହିବେ।

ଆଜି ଲଣ୍ଡନରେ କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ଶପଥ ଗ୍ରହଣ ସମାରୋହରେ ନିମନ୍ତ୍ରିତ ଭାରତୀୟଙ୍କ ମଧ୍ୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ଅଭିନେତ୍ରୀ ସୋନମ କପୁର ମଧ୍ୟ ଅଛନ୍ତି। ସରକାରୀ ଭାବେ ଉପରାଷ୍ଟ୍ରପତି ଧନଖଡ଼ ଭାରତର ପ୍ରତିନିଧିତ୍ୱ କରିବେ। ସେ ତାଙ୍କ ପତ୍ନୀ ସୁଦେଶ ଧନଖଡ଼ ଙ୍କ ସହ ରାଜକୀୟ କାର୍ଯ୍ୟକ୍ରମ ପାଇଁ ଗୋଟିଏ ଦିନ ପୂର୍ବରୁ ଲଣ୍ଡନରେ ପହଞ୍ଚିଛନ୍ତି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ମୁମ୍ବାଇର ଦୁଇଜଣ ଡବାବାଲା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ସେ ବିଶେଷ ଉତ୍ସବରେ ରାଜାଙ୍କୁ ଉପହାର ଦେବା ପାଇଁ ୱାର୍କରୀ ସମ୍ପ୍ରଦାୟ ଦ୍ୱାରା ନିର୍ମିତ ଏକ ପୁନେରୀ ପଗଡି ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।

ଖବର ଅନୁଯାୟୀ, ବଲିଉଡ ଅଭିନେତ୍ରୀ ସୋନମ କପୁର କିଙ୍ଗ ଚାର୍ଲ୍ସଙ୍କ ଏହି ରାଜ୍ୟାଭିଷେକ ରେ ଲିଓନେଲ ରିଚି, କ୍ୟାଟି ପେରି ଏବଂ ଟମ କ୍ରୁଜଙ୍କ ଭଳି ଷ୍ଟାରଙ୍କ ସହ ମଞ୍ଚ ବାଣ୍ଟିବେ।

Get real time updates directly on you device, subscribe now.