fbpx

ଋଷକୁ ଡରୁଛି ନାଟୋ: ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟପତିଙ୍କ ବଡ଼ ବୟାନ

ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭେଲୋଡିମୀର ଜେଲେନସ୍କୀ ନାଟୋ ସଂଗଠନ ଉପରେ ଆକ୍ରୋଶ ପ୍ରକାଶ କରିଛନ୍ତି । ସେ କହିଛନ୍ତି ନାଟୋକୁ ସ୍ପଷ୍ଟ ଭାବରେ କହିବା ଦରକାର ଯେ ସେ ଋଷକୁ ଡରୁଛି, ତେଣୁ ଆମକୁ ସାମିଲ କରୁନାହିଁ । ଜେଲେନସ୍କୀ କହିଛନ୍ତି, ଆମକୁ ସାମିଲ କରିବା ନେଇ ସ୍ପଷ୍ଟ ଆଭିମୁଖ୍ୟ ପ୍ରକାଶ କରିବା ଦରକାର ନହେଲେ ସ୍ପଷ୍ଟ ଭାବରେ କହୁ ଯେ ସେ ଆମକୁ ସାମିଲ କରୁନାହିଁ କାରଣ ସେ ଋଷକୁ ଡରୁଛି ।

ଜେଲେନସ୍କୀ କହିଛନ୍ତି ଏହାପରେ ଯାଇ ଆମେ ଶାନ୍ତ ରହିପାରିବୁ, ଏବଂ ଏହା କହିପାରିବୁ ନାଟୋର କିଛି ସଦସ୍ୟ ଦେଶ ଏଭଳି ଅଛନ୍ତି ଯେଉଁମାନେ ଆମକୁ ସଦସ୍ୟତା ବିନା ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରିପାରିବେ । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଆମକୁ ଋଷର ଅଲ୍ଟିମେଟମ ଦରକାର ନାହିଁ । ଆମେ ଏହା କରିପାରିବୁ ନାହିଁ  । ଆମର ଏତେ ଲୋକଙ୍କ ମୃତ୍ୟୁ ପରେ ଏହା ସମ୍ଭବ ନୁହେଁ । ଜେଲେନସ୍କୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ କଥାବାର୍ତ୍ତା ଉପରେ ମଧ୍ୟ ଜୋର ଦେଇଛନ୍ତି ।

ପୂର୍ବରୁ ରବିବାର ଜେଳେନସ୍କୀ କହିଥିଲେ ଯେ ଋଷ ରାଷ୍ଟ୍ରପତି ପୁତିନଙ୍କ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ଅଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ଯଦି ଏହି କଥାବାର୍ତ୍ତା ବିଫଳ ହୁଏ ତେବେ ତୃତୀୟ ବିଶ୍ୱଯୁଦ୍ଧ ହେବ ।

Get real time updates directly on you device, subscribe now.