fbpx

ସରକାର କମାଇଲେ ଗ୍ୟାସ୍ ଦର: ଜାଣନ୍ତୁ CNG ଓ PNG ଉପରେ କ’ଣ ପଡିଲା ପ୍ରଭାବ

ନୂଆଦିଲ୍ଲୀ: ରବିବାର ଦିନ କେନ୍ଦ୍ର ସରକାର ପ୍ରାକୃତିକ ଗ୍ୟାସର ମୂଲ୍ୟ ହ୍ରାସ କରିଛନ୍ତି । ଏହି ନିଷ୍ପତ୍ତି ହେତୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର କେଜି ଡି୬ ବ୍ଲକରୁ ବାହାରୁଥିବା ଗ୍ୟାସର ମୂଲ୍ୟ ବର୍ତ୍ତମାନ ଏମବିଟିୟୁ(ମିଲିୟନ୍ ବ୍ରିଟିଶ୍ ଥର୍ମାଲ୍ ୟୁନିଟ୍) ପ୍ରତି ୯.୮୭ ଡଲାର ହେବ ।

ଘରୋଇ ପ୍ରାକୃତିକ ଗ୍ୟାସ ମୂଲ୍ୟ ପ୍ରତିବର୍ଷ ଏପ୍ରିଲ ୧ ଏବଂ ଅକ୍ଟୋବର ୧ ରେ ସ୍ଥିର କରାଯାଏ । ଅନ୍ତର୍ଜାତୀୟ ଗ୍ୟାସ ମୂଲ୍ୟ ହ୍ରାସ ହେତୁ ଏହାର ମୂଲ୍ୟ ହ୍ରାସ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏହା ସିଏନଜି ଓ ପିଏନଜି ମୂଲ୍ୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ନୂତନ ହାର ୯.୮୭ ଡଲାର ହେବ :-

ରବିବାର ଏକ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ପେଟ୍ରୋଲିୟମ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଘରୋଇ ପ୍ରାକୃତିକ ଗ୍ୟାସର ହାର ଏମବିଟିୟୁ ପ୍ରତି ୯.୯୬ ଡଲାର ଥିଲା । ଏପ୍ରିଲ୍ ୧ ରୁ ଏଥିରେ ସାମାନ୍ୟ ହ୍ରାସ ଘଟିଛି ଏବଂ ଆସନ୍ତା ୬ ମାସ ପାଇଁ ନୂତନ ହାର ୯.୮୭ ଡଲାର ରହିବ ।

ଲଗାତାର ତୃତୀୟ ଥର କଟ୍ :-
କଠିନ ଅଞ୍ଚଳରୁ ବାହାରୁଥିବା ଗ୍ୟାସର ମୂଲ୍ୟରେ ଏହା ଲଗାତାର ତୃତୀୟ ହ୍ରାସ । ଏହାପୂର୍ବରୁ, ୧ ଅକ୍ଟୋବର ୨୦୨୩ ରେ ସରକାର ଗ୍ୟାସ ହାରରେ ୧୮ ପ୍ରତିଶତ ହ୍ରାସ କରିଥିଲେ । ସରକାର ଗ୍ୟାସର ମୂଲ୍ୟ ୧୨.୧୨ ଡଲାରରୁ ୯.୯୬ ଡଲାରକୁ ହ୍ରାସ କରିଥିଲେ । ପୂର୍ବ କଟ୍ ରେ ଏହି ହାର ୧୨.୪୬ ଡଲାରରୁ ୧୨.୧୨ ଡଲାରକୁ ହ୍ରାସ କରାଯାଇଥିଲା । ଆର୍ôଥକ ବର୍ଷରେ ଘରୋଇ ପ୍ରାକୃତିକ ଗ୍ୟାସ ମୂଲ୍ୟ ଦୁଇଥର ସ୍ଥିର କରାଯାଏ । ଏହି ଗ୍ୟାସ୍ ପରେ ଯାନରେ ବ୍ୟବହାର ପାଇଁ ସିଏନଜି ଏବଂ ରୋଷେଇ ଘରେ ବ୍ୟବହାର ପାଇଁ ପିଏନଜିରେ ରୂପାନ୍ତରିତ ହୁଏ । ବିଦ୍ୟୁତ୍ ଉତ୍ପାଦନ ଏବଂ ସାର ଉତ୍ପାଦନରେ ପିଏନଜି ମଧ୍ୟ ବ୍ୟବହୃତ ହୁଏ ।

Get real time updates directly on you device, subscribe now.