fbpx

ଆସୁଛି ରିଜର୍ଭ ବ୍ୟାଙ୍କର ‘ଡିଜିଟା’, ଏଣିକି ଅନଲାଇନ୍ ଠକେଇ ଉପରେ ଲାଗିବ ଲଗାମ୍

ନୂଆଦିଲ୍ଲୀ: ଅନଲାଇନ୍ ଠକେଇକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଡିଜିଟାଲ୍ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି (ଡିଜିଟା) ପ୍ରତିଷ୍ଠା କରିବାକୁ ଗମ୍ଭୀରତାର ସହ ବିଚାର କରୁଛି । ‘ଡିଜିଟା’ ଦେଶରେ ବୃଦ୍ଧି ପାଉଥିବା ବେଆଇନ ଋଣ ପ୍ରଦାନ କରୁଥିବା ଆପ୍ ବନ୍ଦ କରିବ ।

ଏହା ନକଲି ଆପ୍ସର ଚିହ୍ନଟ ଏବଂ ଡିଜିଟାଲ ଠକେଇର ପ୍ରତିରୋଧକୁ ମଧ୍ୟ ସହଜ କରିବ । ଏହା ସହ ଗୁଗୁଲ୍ ପ୍ଲେ ଷ୍ଟୋରରେ ମଧ୍ୟ ଏହିପରି ଆପ୍ ଦେଖିବାକୁ ମିଳିବ ନାହିଁ ।

ଆରବିଆଇର ‘ଡିଜିଟା’ କ’ଣ?

ଆର୍ôଥକ ଅପରାଧକୁ ରୋକିବା ପାଇଁ ‘ଡିଜିଟା’ (ଡିଜିଟାଲ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି) ଅଣାଯାଉଛି । ସୂଚନା ଅନୁଯାୟୀ, ଏହା ଡିଜିଟାଲ ଦୁନିଆରେ ବେଆଇନ ଆପ୍ସ ଯାଞ୍ଚ କରିବ । ଆର୍ôଥକ ଦୁନିଆରେ ଯେଉଁ ଆପ୍ସରେ ‘ଡିଜିଟା’ ଯାଞ୍ଚ ନାହିଁ, ତାହା ବେଆଇନ ବୋଲି ଧରାଯିବ । ଯଦି କମ୍ପାନୀଗୁଡିକ ଆର୍ôଥକ କ୍ଷେତ୍ରରେ କାମ କରିବାକୁ ଚାହାଁନ୍ତି ତେବେ ସେମାନଙ୍କୁ ‘ଡିଜିଟା’ ଦ୍ୱାରା ସେମାନଙ୍କର ଆପ୍ ଯାଞ୍ଚ କରିବାକୁ ପଡିବ । ଏହି ଏଜେନ୍ସି ଆପ୍ ପରୀକ୍ଷା କରିବା ପରେ ଆରବିଆଇକୁ ଏକ ରିପୋର୍ଟ ଦେବ । ଏହା ସହ ‘ଡିଜିଟା’ ଗ୍ରାହକମାନଙ୍କୁ ସଠିକ୍ ଆପ୍ ଚିହ୍ନଟ କରିବାରେ ସାହାଯ୍ୟ କରିବ ।

ସଠିକ୍ ଏବଂ ଭୁଲ ଆପଗୁଡ଼ିକୁ ଚିହ୍ନିବା ସହଜ ହେବ :-

‘ଡିଜିଟା’ ଯାଞ୍ଚ ମାଧ୍ୟମରେ ଡିଜିଟାଲ ଦୁନିଆରେ ଠିକ ଏବଂ ଭୁଲ ଆପଗୁଡ଼ିକୁ ଚିହ୍ନିବା ଅତି ସହଜ ହେବ । ଏହା ବ୍ୟତୀତ ଡିଜିଟାଲ ଲୋନ୍ କ୍ଷେତ୍ରରେ ମଧ୍ୟ ସ୍ୱଚ୍ଛତା ରହିବ । ଗତ କିଛି ବର୍ଷ ମଧ୍ୟରେ ଆର୍ôଥକ କ୍ଷେତ୍ରରେ ଡିଜିଟାଲ ଲୋନର ଅଂଶ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହି କାରଣରୁ ଡିଜିଟାଲ୍ ଠକେଇ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହିପରି ନକଲି ଲୋନ ଆପରେ ଫସି ରହି ଲୋକମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି । ପୋଲିସ ସହିତ ଏହି ମାମଲାଗୁଡ଼ିକର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

ଗୁଗୁଲ୍ ୨୨୦୦ ଆପ୍ ହଟାଇଛି :-

ଗୁଗୁଲ କେବଳ ସେହି ଆପ୍ସ ଉପଲବ୍ଧ କରାଇବ ଯାହା ଏହାର ପ୍ଲେ ଷ୍ଟୋରରେ ‘ଡିଜିଟା’ ଦ୍ୱାରା ଅନୁମୋଦିତ ହୋଇଛି । ଆଇଟି ମନ୍ତ୍ରଣାଳୟକୁ ଆରବିଆଇ ୪୪୨ ଡିଜିଟାଲ୍ ଲ୍ୟାଣ୍ଡିଂ ଆପ୍ ତାଲିକା ଦେଇଛି । ଗୁଗୁଲକୁ ଏଥିପାଇଁ ପଦକ୍ଷେପ ନେବାକୁ ପଡିବ । ସେପ୍ଟେମ୍ବର ୨୦୨୨ ରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଗୁଗୁଲ ଏହାର ପ୍ଲେ ଷ୍ଟୋରରୁ ପ୍ରାୟ ୨୨୦୦ ଡିଜିଟାଲ୍ ଲ୍ୟାଣ୍ଡିଂ ଆପ୍ ହଟାଇ ସାରିଛି । ଏହାର ନୂଆ ନୀତିରେ ଗୁଗୁଲ କେବଳ ସେହି ଆପଗୁଡିକୁ ଅନୁମୋଦନ କରିବାକୁ ନିଷ୍ପତ୍ତି ନେଇଛି ଯାହା ଆରବିଆଇ ଦ୍ୱାରା ଅନୁମୋଦିତ । ଆରବିଆଇ ଏବଂ ଅର୍ଥ ମନ୍ତ୍ରଣାଳୟର ଆର୍ôଥକ ସେବା ବିଭାଗର ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.