fbpx

ନେତାଙ୍କୁ ନବୀନ ନିବାସ ଡାକରା, ଆରମ୍ଭ ହେଲା ଟିକେଟ କସରତ ପ୍ରକ୍ରିୟା

ଓଡ଼ିଶା ଭାସ୍କର: ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ଗତ ଶନିବାର ଦିନ ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଓଡ଼ିଶାରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ତେବେ ମେ’ ୧୩ରୁ ଜୁନ୍ ୧ ତାରିଖ ମଧ୍ୟରେ ୪ଟି ପର୍ୟ୍ୟାୟରେ ରାଜ୍ୟରେ ଭୋଟ୍ ଗ୍ରହଣ ହେବ ଓ ଜୁନ୍ ୪ତାରିଖରେ ଭୋଟ ଗଣତି ହେବ। ତେଣୁ ଏନେଇ ସମସ୍ତ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏହା ମଧ୍ୟରେ ଓଡ଼ିଶା ରାଜନୀତିରୁ ଆସିଛି ଏକ ବଡ଼ ଖବର। ଆଜିଠୁ ବିଜେଡି ଶିବିରରେ ଟିକେଟ କସରତ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। ଯାହାକୁ ନେଇ କିଛି ନେତାଙ୍କୁ ଆଜି ନବୀନ ନିବାସ ଡାକରା ହୋଇଛି।

ସୂଚନା ଅନୁଯାୟୀ, ପୁରୀ ସଂସଦୀୟ କ୍ଷେତ୍ର ନେତାଙ୍କୁ ନବୀନ ନିବାସ ଡାକରା ହୋଇଛି। ତେବେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ, ବିଧାୟକ ଏବଂ ବରିଷ୍ଠ ନେତା ଏଥିରେ ସାମିଲ ହୋଇଛନ୍ତି। ନୟାଗଡ଼ ବିଧାୟକ ଅରୁଣ ସାହୁ, ଉମା ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥୀ ପ୍ରମୁଖ ବର୍ତମାନ ନବୀନ ନିବାସରେ ପହଞ୍ଚିଛନ୍ତି। ଅନ୍ୟପଟେ ରଣପୁର ବିଧାୟକ ମଧ୍ୟ ନବୀନ ନିବାସ ଯାଇଛନ୍ତି। ସେହିପରି ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା, ପୁରୀ ନେତା ତଥା ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆ ମଧ୍ୟ ନବୀନ ନିବାସରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କ ସହ ଟିକେଟ ନେଇ ଆଲୋଚନା କରିବେ।

Get real time updates directly on you device, subscribe now.