fbpx

ନୀତିଶଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

Advertisement

ଭୁବନେଶ୍ୱର,୧୬ ।୧୧(ଓଡିଶା ଭାସ୍କର): ବିହାରରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ନୀତିଶ କୁମାର । ୭ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଶପଥ ନେଇଛନ୍ତି । ଏନେଇ ନିତୀଶ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିହାରର ମୁଖ୍ୟମନ୍ତ୍ରୀ ହେବ ପରେ ନବୀନ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ନୀତିଶଙ୍କୁ ରାଜ୍ୟପାଳ ଫାଗୁ ଚୌହ୍ୱାନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ଜେଡିୟୁ ଓ ବିଜେପିର ବରିଷ୍ଠ ନେତା ସାମିଲ ହୋଇଛନ୍ତି । ଏହା ସହ ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ଅଧ୍ୟକ୍ଷ ଜେପି ନାଡ୍ଡା ମଧ୍ୟ ଉପସ୍ଥିତ ରହି ନୀତିଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଜେପିରୁ ୨ ଜଣ ଉପମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ମୋଟ୍ ୧୫ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତାରକିଶୋର ପ୍ରସାଦ ଓ ରେଣୁ ଦେବୀ । ଜେଡିୟୁର ୬ ଓ ବିଜେପିର ୭ ମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଚାଲିଛି । ଭିଆଇପି ଓ ଏଚଏଏମ ଦଳକୁ ଗୋଟିଏ ଲେଖାଏଁ ମନ୍ତ୍ରୀ ପଦ ମିଳିଛି ।

Get real time updates directly on you device, subscribe now.