ଭୁବନେଶ୍ୱର: ବରଗଡ଼ ଗାଏସିଲେଟରେ ନାବାଳିକା ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟନାୟକ ।
ଘଟଣାକୁ ନେଇ ନବୀନ ବ୍ୟଥିତ ଓ ମର୍ମାହତ ହୋଇଥିବା କହିଲେ । ନାବାଳିକାଙ୍କ ମୃତ୍ୟୁକୁ ନେଇ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ନବୀନ ।
ମାସକ ଭିତରେ ୪ ଜଣ ଯୁବତୀ ନିଜ ଜୀବନ ହାରିଥିବା କହିଲେ ନବୀନ । ଦେହରେ ନିଆଁ ଲଗାଇ ଜୀବନ ହାରିବାର ଧାରା ବିଚଳିତ କରିଛି ।
ନୀରିହ ଜୀବନ ଚାଲିଯିବା ଓଡ଼ିଶାବାସୀଙ୍କୁ ବ୍ୟଥିତ କରୁଛି । ପ୍ରତିଦିନ ଅନେକ ଝିଅ ଏପ୍ରକାର ପରିସ୍ଥିତିର ସାମ୍ନା କରୁଛନ୍ତି ।
ଏ ପ୍ରକାର ଘଟଣା ବିଜେପି ସରକାରର ଚରମ ବିଫଳତାକୁ ଦର୍ଶାଉଛି ବୋଲି କହିଲେ ନବୀନ ।
ଏପ୍ରକାର ଘଟଣ ରୋକିବା ପାଇଁ ସରକାର କେତେ ଦିନ ନେବେ ବୋଲି ନବୀନ ସରକାରଙ୍କୁ କଲେ ପ୍ରଶ୍ନ ।
ସରକାରଙ୍କ ସ୍ଥାଣୁତା ଝିଅମାନଙ୍କୁ ଆହୁରି ଅସୁରକ୍ଷିତ କରିଦେଉଛି ।
ଗତକାଲି ୮ମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଶୌଚ ଯିବା ସମୟରେ ଆଉ ଜଣେ ଝିଅ ତାଙ୍କ ଉପରେ ପେଟ୍ରାଲ ଢ଼ାଲି ନିଆଁ ଲଗେଇ ଦେଇଥିଲା । ଏହାପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ବୁର୍ଲା ମେଡିକାଲରେ ପୀଡ଼ିତାଙ୍କ ଚିକିତ୍ସା କରିବା ଅବସ୍ଥାରେ ପୀଡ଼ିତା ପ୍ରାଣ ହରାଇଥିଲେ ।